କୋଭିଡ୍‌ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ହଁ କଲେ, ମନରେଗା ମଜୁରୀ ବାବଦରେ ଅଣକୁଶଳୀଙ୍କୁ ମିଳିବ ୨୯୮ ଟଙ୍କା

Advertisment

୯୧ ଟଙ୍କା ଲେଖାଏଁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରାଯିବ, ୨୦୨୦-୨୧ ପାଇଁ ଅତିରିକ୍ତ ବ୍ୟୟ ୯୫ କୋଟି ୨୧ ଲକ୍ଷ

୯୧ ଟଙ୍କା ଲେଖାଏଁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରାଯିବ, ୨୦୨୦-୨୧ ପାଇଁ ଅତିରିକ୍ତ ବ୍ୟୟ ୯୫ କୋଟି ୨୧ ଲକ୍ଷ

କୋଭିଡ୍‌ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ହଁ କଲେ, ମନରେଗା ମଜୁରୀ ବାବଦରେ ଅଣକୁଶଳୀଙ୍କୁ ମିଳିବ ୨୯୮ ଟଙ୍କା

The India Forum

ଭୁବନେଶ୍ବର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକମାନଙ୍କୁ ଅଧିକ ମଜୁରୀ ଦେବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦାହରଣ ସୃଷ୍ଟି କରିଛି। ଏ ବାବଦରେ ଅତିରିକ୍ତ ଅର୍ଥ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରିନ୍‌ ସିଗନାଲ ଦେଇଛନ୍ତି। ଏଣିକି କେନ୍ଦୁଝରରେ ମନରେଗା ଯୋଜନାରେ ନିୟୋଜିତ ଅଣକୁଶଳୀ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ ୨୦୭ ଟଙ୍କା ବଦଳରେ ମିଳିବ ୨୯୮ ଟଙ୍କା। ଏଥିପାଇଁ ଅତିରିକ୍ତ ୯୧ ଟଙ୍କା ଜିଲ୍ଲାର ଡିଏମ୍‌ଏଫ୍‌ ପାଣ୍ଠିରୁ ଭରଣା କରାଯିବ। ତେବେ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ଜିଲ୍ଲା ଡିଏମ୍‌ଏଫ୍‌ ବୋର୍ଡ଼ର ଅନୁମୋଦନ ଆବଶ୍ୟକ ବୋଲି ସରକାର ଜଣାଇଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ କରୋନା ମହମାରୀ ଯୋଗୁଁ ରାଜ୍ୟରେ ଥିବା ଶ୍ରମିକ ଓ ଗରିବ ଶ୍ରେଣୀର ଲୋକମାନେ ରୋଜଗାର ହରାଇଛନ୍ତି। ୨ ମାସରୁ ଅଧିକ ଦିନ ହେଲାଣି କାମଧନ୍ଦା ନ ପାଇଁ ସେମାନେ ଆର୍ଥିକ ଓ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କୁ ଚଳିତବର୍ଷ ମନରେଗା ଯୋଜନାରେ କାମଧନ୍ଦା ଦେବା ସହ ଅଧିକ ମଜୁରୀ ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଲାପାଳ ଗତ ୬ ତାରିଖରେ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଥିଲେ। ଚିଠିରେ ଅତିରିକ୍ତ ମଜୁରୀ ଅର୍ଥ ଜିଲ୍ଲାର ଖଣିଜ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲାପାଳଙ୍କ ଚିଠି ପାଇବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା ଓ ସଂଯୋଜନ ବିଭାଗକୁ ଜଣାଇଥିଲା। ଯେଉଁ ଜିଲ୍ଲାର ଡିଏମ୍‌ଏଫ୍‌ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ମନରେଗା ଯୋଜନାରେ ଅଣକୁଶଳୀଙ୍କୁ ସର୍ବନିମ୍ନ ମଜୁରୀ ବାବଦରେ ଅଧିକ ଅର୍ଥ ପ୍ରଦାନ ପାଇଁ ଡିଏମଏଫ୍‌ ପାଣ୍ଠି ବିନିଯୋଗ ନେଇ ଆସିଥିବା ପ୍ରସ୍ତାବକୁ ଜିଲ୍ଲାସ୍ତରରେ ଥିବା ଡିଏମ୍‌ଏଫ୍‌ ବୋର୍ଡ଼ ଅନୁମୋଦନ କରିବା ଦରକାର। ଯେହେତୁ ଜିଲ୍ଲାପାଳ ଏହି ବୋର୍ଡ଼ର ଅଧ୍ୟକ୍ଷ ଅଛନ୍ତି, ସେଥିପାଇଁ ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚ ନେଇ ନିଷ୍ପତ୍ତି ନେଇପାରିବେ। ଏ ନେଇ ଗତ ୧୯ ତାରିଖରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ବିଭାଗ ଚିଠି ଲେଖି ସ୍ପଷ୍ଟ କରି ଦିଆଯାଇଛି।

ପଞ୍ଚାୟତିରାଜ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ କେନ୍ଦୁଝର ଜିଲ୍ଲା ପାଇଁ ମନରେଗା ଯୋଜନାରେ ଦୈନିକ ଜଣେ ଶ୍ରମିକକୁ ୨୦୭ ଟଙ୍କା ହିସାବରେ ମଜୁରୀ ପ୍ରଦାନ ପାଇଁ ୨୧୬ କୋଟି ୫୬ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ଏବେ ବର୍ଦ୍ଧିତ ଭାବେ ୨୯୮ ଟଙ୍କା ଲେଖାଏଁ ମଜୁରୀ ବାବଦରେ ପ୍ରଦାନ କରାଗଲେ ମୋଟ ୩୧୧ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅତିରିକ୍ତ ପାଣ୍ଠି ବାବଦରେ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ୯୫ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe