ଏସଟି କମିସନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

Advertisment
ଏସଟି କମିସନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର: କାନପୁର ଜଳ ସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରା ଯାଇ ନ ଥିବା ବେଳେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନ ଯିବା ନେଇ ଜାତୀୟ ଅନୁସୂଚିତ ଜନଜାତି ନିକଟରେ ଅଭିଯୋଗ ହେବା ପରେ ମେ’ ୯ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ବ୍ୟକ୍ତିଗତ ହାଜର ହେବା ନେଇ ସମନ ହୋଇଥିଲା। ମାତ୍ର ବର୍ତ୍ତମାନ ରାଜ୍ୟରେ ବାତ୍ୟା ପରିସ୍ଥିତି ଲାଗି ରହିଥିବାରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳ ହାଜର ହୋଇ ପାରି ନ ଥିବା ବେଳେ ଆଜି କମିସନଙ୍କ ନିକଟରେ ଜିଲ୍ଲାପାଳ ହାଜର ହୋଇଛନ୍ତି। ସେ କମିସନର ସଦସ୍ୟ ଅନନ୍ତ ନାଏକଙ୍କ ନିକଟରେ ହାଜର ହୋଇଛନ୍ତି।

ପୂର୍ବରୁ ଏକାଧିକ ମାମଲାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିସନ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍‌ କରିଥିଲେ। ମାତ୍ର ଜିଲ୍ଲାପାଳ ବ୍ୟକ୍ତିଗତ ହାଜର ନ ହେବାରୁ ତାଙ୍କୁ ବିରୋଧରେ କମିସନ ଗିରଫ ୱାରେଣ୍ଟ ଇସ୍ୟୁ କରିଥିଲେ। ତେବେ ଏହି ୱାରେଣ୍ଟ ବିରୋଧରେ ଜିଲ୍ଲାପାଳ ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ଏଥିରେ ସାମୟିଗ ସ୍ଥଗିତାଦେଶ ଆସିଥିଲା। ତେବେ ବର୍ତ୍ତମାନ ପୁଣି କାନପୁର ବିସ୍ଥାପିତ ମାମଲାରେ ଜିଲ୍ଲାପାଳ ଶ୍ରୀ ଠାକ୍‌ରେଙ୍କୁ ହାଜର ପାଇଁ କମିସନ ନୋଟିସ କରିବା ପରେ ଜିଲ୍ଲାପାଳ ଆଜି ହାଜର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe