ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ପୁଣି ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ

Advertisment
ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ପୁଣି ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ

Public App

କେନ୍ଦୁଝର : କାନପୁର ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ସମସ୍ୟା ସହିତ ଗନ୍ଧମାର୍ଦ୍ଦନ ଖଣିରେ ଶ୍ରମିକଙ୍କ ସମସ୍ୟା ଏବଂ ଅନ୍ୟ କେତୋଟି ମାମଲାର ଶୁଣାଣି ପାଇଁ ବୁଧବାର ଦିନ ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ହାଜର ହେବାର ଥିଲା। ମାତ୍ର ଆଜିର ଶୁଣାଣିରେ ଜିଲ୍ଲାପାଳ ହଜାର ‌ହୋଇ ନଥିଲେ। ତାଙ୍କ ବଦଳରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା କମିସନଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ବି ଶୁଣାଣି ହୋଇପାରି ନଥିବା ଜଣାପଡ଼ିଛି।

କାନପୁର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀଙ୍କୁ ଉପଯୁକ୍ତ ଥଇଥାନ କରାନଯିବା ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନଯିବା ନେଇ ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ମେ ୯ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କମିସନଙ୍କ ପକ୍ଷରୁ ସମନ କରାଯାଇଥିଲା। ସେତେବେଳେ ବାତ୍ୟା ପରିସ୍ଥିତି ଲାଗି ରହିଥିବାରୁ ଜିଲ୍ଲାପାଳ ହାଜର ହୋଇପାରି ନଥିଲେ। ପରବର୍ତ୍ତୀ ସମୟରେ ପୁଣି ଜୁଲାଇ ୨୭କୁ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିଲା। ସେହିପରି ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଦାବିରେ ଆନ୍ଦୋଳନ ଚାଲିଥିଲା। ଏହି ଘଟଣାରେ ଶ୍ରମିକ ନେତା ମୁନା ପୂର୍ତ୍ତିଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିଲା। ଏନେଇ ମଧ୍ୟ ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବୁଧବାର ଦିନ ଏହି ମାମଲାର ମଧ୍ୟ ଶୁଣାଣି ‌ଥିଲା। ଶୁଣାଣି ବେଳେ ପ୍ରତିପକ୍ଷ ମୁନା ପୂର୍ତ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। କିନ୍ତୁ ଜିଲ୍ଲାପାଳ ଉପସ୍ଥିତ ହୋଇ ନଥିଲେ। ଯେଉଁଥିପାଇଁ ଶୁଣାଣି ହୋଇପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe