କେନ୍ଦୁଝରରେ ସର୍ବାଧିକ ଲୁହାପଥର ମହଜୁଦ୍

Advertisment
ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

Mongabay-India

ଭୁବନେଶ୍ବର: ରାଜ୍ୟରେ ସର୍ବା‌ଧିକ ଲୁହାପଥର କେନ୍ଦୁଝର ଜିଲ୍ଲାରେ ମହଜୁଦ୍‌ ଥିବା ନେଇ ଗୃହରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ସେ ଜଣାଇଛନ୍ତି ଯେ ଭୂ-ତାତ୍ତ୍ବିକ ସର୍ବେକ୍ଷଣ ଅନୁଯାୟୀ କେନ୍ଦୁଝରରେ ୪୯୫୩.୨୩ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଏହା ବ୍ୟତୀତ ସୁନ୍ଦରଗଡ଼ରେ ୪୫୧୦.୩୫ ନିୟୁତ ଟନ୍, ମୟୂରଭଞ୍ଜରେ ୬୩.୩୦ ନିୟୁତ ଟନ୍, ଯାଜପୁରରେ ୧୭୭.୪୮ ନିୟୁତ ଟନ୍, ସମ୍ବଲପୁରରେ ୫୦ ନିୟୁତ ଟନ୍, ନବରଙ୍ଗପୁରରେ ୨.୬୫ ନିୟୁତ ଟନ୍ ଓ ଢେଙ୍କାନାଳରେ ୧.୧୨ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଲୁହାପଥର ଚୋରାଚାଲାଣ ରୋକିବା ଲାଗି ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଓ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଟନ କରାଯାଇଛି।

ସେମାନେ ନିୟମିତ ଖଣି ଓ ଖଣି ବାହାର ଅଞ୍ଚଳ ପରିଦର୍ଶନ କରୁଛନ୍ତି। ସବୁ ଖଣିକୁ ଡିଜିପିଏସ୍‌ ଦ୍ବାରା ଲିଜ୍‌ ଅଞ୍ଚଳକୁ ବାଉଣ୍ଡ୍ରି ପରିସରଭୁକ୍ତ କରାଯାଇଛି। ଖଣି ଲିଜ୍‌ ଅଞ୍ଚଳ ୪୦ କିମି ଭିତରେ ଡିପୋ ପାଇଁ ଲାଇସେନ୍ସ ଦିଆଯାଉନାହିଁ। ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ୨୦୨୨-୨୩ ଓ ୨୦୨୩-୨୪ରେ ୧୪୧ଟି ଗାଡ଼ି ଜବତ କରିଛନ୍ତି। ଜିଲ୍ଲାସ୍ତରୀୟ ଟାସ୍କ‌ଫୋର୍ସ ୩୮ଟି କାରଖାନା ପରିଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe