ଦଶପଲ୍ଲା : କାମ ଅନେ୍ଵଷଣରେ ଓଡ଼ିଶାରୁ କେରଳ ଯାଇଥିବା ଶତାଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି କେରଳର ପ୍ରଳୟଙ୍କରୀ ବନ୍ୟାରେ। ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକ୍ର ଚଢ଼େୟାପଲ୍ଲୀ, କୁଜାମେଣ୍ଢି, ବାଣିଗୋଛା, କଳସାଖମଣ ଏବଂ ନୂଆଗାଁ ଆଦି ପଞ୍ଚାୟତର ୧୯ ଜଣ ଶ୍ରମିକ ଏକ ଟାପୁରେ ଫସି ରହିଛନ୍ତି।
ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ କୁଜାମେଣ୍ଢି ପଞ୍ଚାୟତର କାହ୍ନ ନାୟକ, ବାବୁଲି ନାୟକ, ରାଜୁଦୁତ ବେହେରା ଓ ରଂଜିତ୍ ବେହେରା, ସୁଶାନ୍ତ ନାୟକ, ପ୍ରଫୁଲ୍ଲ ନାୟକ, କଳସାଖମଣ ପଞ୍ଚାୟତର ଜିତୁ ନାୟକ, ମିଟୁ ନାୟକ, ରାମ ଚରଣ ନାୟକ, ଅକ୍ଷୟ କୁମାର ସାହୁ, ରଂଜନ କୁମାର ସାହୁ, ହୃଷୀକେଶ ନାୟକ, ସରୋଜ ନାୟକ, ଚଢେୟାପଲ୍ଲୀ ପଞ୍ଚାୟତର ଅକ୍ଷୟ ସାହୁ, ପରଦେଶୀ ମୁଦୁଲି ଏବଂ ବିଦେଶୀ ମୁଦୁଲି, ନାରାୟଣ ମୁଦୁଲି, ଜିତୁ ମୁଦୁଲି, କମଳ ଲୋଚନ ନାୟକ ପ୍ରମୁଖ ରହିଛନ୍ତି।
ବନ୍ୟାରେ ସେମାନଙ୍କର ବିଭିନ୍ନ ସାମଗ୍ରୀ ଭାସି ଯାଇଥିବା ବେଳେ ବନ୍ୟାର ବିଭିଷିକା ମଧ୍ୟରୁ ପ୍ରାଣ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଥିବା ଜଣାପଡ଼ିଛି।
Follow Us