ବାରିପଦା/ବୈଶିଙ୍ଗା: ୨୦୨୦ ମେ’ରେ କେରଳର ପଲକ୍କଡ଼ ଜିଲ୍ଲାରେ ବିସ୍ଫୋରକ ଭର୍ତ୍ତି ସପୁରି ଖାଇ ଏକ ଗର୍ଭବତୀ ହାତୀ ଆଖିବୁଜିଥିଲା। ଏହି ଘଟଣାର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜଜିଲ୍ଲା ବେତନଟୀ ରେଞ୍ଜରେ। ଖାଦ୍ୟରେ ଥିବା ବୋମା ଖାଇଦେବାରୁ ଗୋଟିଏ ମାଈହାତୀର ମୁହଁରେ ଗଭୀର କ୍ଷତ ହୋଇଛି। ଜିଭ ଛିଣ୍ଡିଯାଇଛି। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି।
Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି
ସୂଚନା ଅନୁସାରେ, ବେତନଟୀ ରେଞ୍ଜ ଚୁଆପଦା ଜଙ୍ଗଲରେ ୭/୮ ବର୍ଷର ଗୋଟିଏ ମାଈହାତୀର ମୁହଁରେ ଗଭୀର କ୍ଷତ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ। ଗତ ୧୨ ତାରିଖ ଦିନ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି ତାକୁ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ୍ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ତାଳବନ୍ଧ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲା। ସେଠାରେ ତା’ର ଚିକିତ୍ସା ଚାଲିଛି। ସଂକ୍ରମଣ ଅଧିକ ହୋଇଯାଇଥିବାରୁ ହାତୀଟିର ଅବସ୍ଥା ସଂକଟାପନ୍ନ ରହିଛି। ହାତୀ ମୁହଁରେ ବିସ୍ଫୋରଣ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ବାର୍ହା ଶିକାର କିମ୍ବା ହାତୀ ଦାଉରୁ ଫସଲକୁ ରକ୍ଷା ପାଇଁ ଖାଦ୍ୟରେ ବିସ୍ଫୋରକ ଭର୍ତ୍ତି କରାଯିବା ଯୋଗୁଁ ତାହା ହାତୀ ପାଟିରେ ଫାଟିଯାଇଛି।
CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ
ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ହାତୀକୁ ଖାଦ୍ୟରେ ବିସ୍ଫୋରକ ଦେବା ଏକ ଦଣ୍ଡନୀୟ ଅପରାଧ। ଏହାକୁ ବନ ବିଭାଗ ଗୁରୁତ୍ବର ସହ ନେଉ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି, ହାତୀଟିର ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଜିଭର ଏକ ତୃତୀୟାଂଶ ଛିଣ୍ଡିଯାଇଛି। ତଦନ୍ତ କରି ଦୋଷୀଙ୍କ ବିରୋଧରେ ନିଶ୍ଚିତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/dgjdgjdgcncbn-2025-12-15-00-37-34.jpg)