କେସିଙ୍ଗା ଏସ୍‌ଡିପିଓ ଏସ୍‌. ସୁଶ୍ରୀ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେବେ

Advertisment
କେସିଙ୍ଗା ଏସ୍‌ଡିପିଓ ଏସ୍‌. ସୁଶ୍ରୀ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେବେ

କେସିଙ୍ଗା : ଭୁବନେଶ୍ୱରଠାରେ ହେବାକୁଥିବା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସର ପରେଡରେ କେସିଙ୍ଗା ଏସ୍‌ଡିପିଓ ଆଇପିଏସ୍‌ ଏସ୍‌. ସୁଶ୍ରୀ ନେତୃତ୍ୱ ନେବେ। ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଭାବେ ସେ ଏହି ପରେଡର ନେତୃତ୍ୱ ନେଉଥିବାରୁ ବେଶ୍‌ ଆନନ୍ଦିତ ଅଛନ୍ତି। କେସିଙ୍ଗା ଏସ୍‌ଡିପିଓ ଭାବେ ସେ କାର୍ଯ୍ୟ କରୁଥିବାରୁ କେସିଙ୍ଗା ଅଞ୍ଚଳବାସୀ ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି ଓ ତାଙ୍କୁ ଅଭିନନ୍ଦନ ଜଣେଇଛନ୍ତି। ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଏସ୍‌. ସୁଶ୍ରୀ ଟ୍ରେନିଂ ପରେ ପ୍ରଥମ ପୋଷ୍ଟିଂ କେସିଙ୍ଗାରେ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe