ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି ଘଟଣା: ଏସଡିପିଓଙ୍କୁ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଲେ କେନ୍ଦୁଝର ଏସପି

Advertisment
ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି ଘଟଣା: ଏସଡିପିଓଙ୍କୁ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଲେ କେନ୍ଦୁଝର ଏସପି

କେନ୍ଦୁଝର: ଗତକାଲି କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ନିସ୍ତୁକ ମାଡ଼ ମରାଯାଇଥିବା ଘଟଣା ପଦାକୁ ଆସିଥିଲା। ଆହତ ନାବାଳକଙ୍କ ମା' ଏ ନେଇ କେନ୍ଦୁଝର ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ‌ରେ ଏବେ ଏସଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦୁଝର ଏସପି। ଏ ନେଇ କେନ୍ଦୁଝର ଏସପିଙ୍କ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଟୁଇଟରେ ଲେଖାଯାଇଛି ଯେ, ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି ଘଟଣାରେ ଏସଡିପିଓଙ୍କୁ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୀଡ଼ିତଙ୍କ ମା' କରିଥିବା ଅଭିଯୋଗ ଅନୁସାରେ, କୌଣସି ଏକ ଚୋରି ମାମଲାରେ ପାଟଣା ଥାନା ଅନ୍ତର୍ଗତ କାମେଶ୍ବରପୁର ପାଟଣା ଗ୍ରାମର ଯ‌ଶୋବନ୍ତ ନାଏକ ଏବଂ ବୀଣା ନାଏକଙ୍କ ନାବାଳକ ପୁଅ ଅମନ ନାଏକ(୧୬)କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା। ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆସିଥିଲେ। ପୁଅକୁ କିଛି ସମୟ ପରେ ଛଡାଯିବ ବୋଲି କହି ପରିବାର ଲୋକଙ୍କୁ ଫେରାଇ ଦିଆଯା‌ଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଥାନାରୁ ନଫେରିବାରୁ ଅପରାହ୍ନ ୪ଟା ବେଳେ ଆସି ଦେଖିବା ବେଳକୁ ଅମନକୁ ନିସ୍ତୁକ ମାଡ଼ ମାରି କ୍ଷତାକ୍ତ କରି ଦିଆଯାଇଛି। ପୁଲିସ ଅମନଙ୍କୁ ଛାଡ଼ି ଦେଇଥିଲେ ମଧ୍ୟ ଗୋଡ଼ରେ ପ୍ରବଳ ମାଡ଼ ହୋଇଥିବାରୁ ସେ ଚାଲିବା ଅବସ୍ଥାରେ ନଥିଲା। ଏହାପରେ ପରିବାର ଲୋକେ ଅମନଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଏହି ଥାନାର ଦୁଇ ଜଣ କର୍ମଚାରୀ ଶିବଶଙ୍କର ଆଲଦା ଓ ଅରୁୁପ ସାମଲ ଅମନଙ୍କୁ ମା‌ଡ଼ ମାରିବା ପରେ ଏବେ ପରିବାରକୁ ଧମକ ଦେଉଥିବା ନେଇ ନାବାଳକର ମା' କେନ୍ଦୁଝର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe