ଖଡ଼ିଆଳ ଏନ୍‌ଏସି: ସମସ୍ୟା ସମାଧାନ ନହେଲେ ଭୋଟ୍‌ ବର୍ଜନ ଧମକ

Advertisment
ଖଡ଼ିଆଳ ଏନ୍‌ଏସି: ସମସ୍ୟା ସମାଧାନ ନହେଲେ ଭୋଟ୍‌ ବର୍ଜନ ଧମକ

ଖଡ଼ିଆଳ: ଖଡ଼ିଆଳ ଏନ୍‌ଏସି ୧୧ନଂ ୱାର୍ଡରେ ଅନେକ ମୌଳିକ ସମସ୍ୟା ରହିଛି। ଯଦି ଏହାର ସମାଧାନ ନହୁଏ ତେବେ ଆଗାମୀ ପୌର ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଵାର୍ଡ ଅନ୍ତର୍ଗତ ଛୁଟିଗୁଡ଼ି ପଡ଼ା ଓ ନାକାପଡ଼ାବାସୀ ଚେତାବନୀ ଦେଇଛନ୍ତି। ଏହି ପଡ଼ାରେ ୪୭ ପରିବାରର ୨୫୦ ରୁ ଅଧିକ ଜନସାଧରଣ ବାସ କରିଥାନ୍ତି। ଉଭୟ ପଡ଼ାବାସୀଙ୍କ ଅଭିଯୋଗନୁସାରେ ବହୁ ବର୍ଷ ଧରି ଏହି ପଡ଼ାରେ ରହି ଆସୁଥିଲେ ମଧ୍ୟ ସେମାନଙ୍କୁ ଜମିପଟ୍ଟା ମିଳି ପାରିନାହିଁ।

ଏନ୍‌ଏସି କର୍ତ୍ତୃପକ୍ଷ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଛନ୍ତି। ଜିଲ୍ଲାପାଳ ପଡ଼ାବାସୀଙ୍କ ସହ ଆଲୋଚନା କରିବା ପରେ ଡ୍ରୋନ୍‌ ସର୍ଭେ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ପଟ୍ଟା ମିଳିନାହିଁ। ନିର୍ବାଚନ ପୂର୍ବରୁ ପଟ୍ଟା ନଦେଲେ ଭୋଟ୍‌ ବର୍ଜନ କରିବେ। ପଟ୍ଟା ମିଳିନଥିବାରୁ ଅନେକ ସରକାରୀ ଯୋଜନାରେ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ନାକାପଡ଼ାକୁ ଲାଗି ସାପ୍ତାହିକ ବଜାର ଥିବାରୁ ମଇଳା ଆବର୍ଜନା ପଡ଼ିରହୁଛି।

ଡ୍ରେନ୍‌ ଠିକ୍‌ ସମୟରେ ସଫା ହେଉନଥିବାରୁ ପଡ଼ାବାସୀ ଦୁର୍ଗନ୍ଧମୟ ପରିବେଶରେ ଦିନ କାଟୁଛନ୍ତି। ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ପଚାରିବାରୁ, ପଟ୍ଟା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଞ୍ଜୁର ହୋଇ ପଡ଼ିରହିଛି। ନିର୍ବାଚନ ସରିଲା ପରେ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe