ଆଜି ଖଡ଼ିଛୁଆଁ ଉତ୍ସବ: ବଡ଼ଗଡ଼ ହାଇସ୍କୁଲରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

Advertisment

ଏପ୍ରିଲ ୨ ତଥା ବୁଧବାର ସାରା ରାଜ୍ୟରେ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ କରାଯିବ।

ଏପ୍ରିଲ ୨ ତଥା ବୁଧବାର ସାରା ରାଜ୍ୟରେ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ କରାଯିବ।

ଭୁବନେଶ୍ବର: ଏପ୍ରିଲ ୨ ତଥା ବୁଧବାର ସାରା ରାଜ୍ୟରେ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବେ। ସକାଳ ୯ଟା ୧୫ରେ ହେବାକୁ ଥିବା ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟର ସମସ୍ତ ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହାକୁ ବାସ୍ତବତାର ରୂପ ଦେବାକୁ ନୂତନ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ଶିଶୁବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରୁଛୁ। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ହେଉଛି। ଯାହାକି ସେମାନଙ୍କ ନାମଲେଖା ଓ ପ୍ରଥମ ଦିନକୁ ସ୍ମରଣୀୟ କରାଇବ। ପିଲାଙ୍କୁ ଏକ ସଶକ୍ତ, ଆଧୁନିକ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଆମର ଲକ୍ଷ୍ୟ। ସମସ୍ତେ ଏହି ଉତ୍ସବରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଆଜିଠାରୁ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ପୋଷଣ ଅଭିଯାନର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦୁଇଟି ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ପ୍ରଦାନ କରିଛନ୍ତି। ଏହି ଲଡୁ ସପ୍ତାହକୁ ୩ ଦିନ ବଣ୍ଟନ କରାଯିବ। ଏଥିସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ପୌଷ୍ଟିକ ମଧ୍ୟାହ୍ନଭୋଜନ ବଣ୍ଟନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe