ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ଜୋର୍‌ ଧରିଲା,୧୯ରେ ବାଇକ୍‌ ଶୋଭାଯାତ୍ରା

Advertisment

ସୋନପୁର ସବୁଠୁ ଉତ୍ତପ୍ତ ହେବା ଘଟଣା

ସୋନପୁର ସବୁଠୁ ଉତ୍ତପ୍ତ ହେବା ଘଟଣା

ଖଇରମାଳ ବ୍ୟାରେଜ ନିର୍ମାଣ ଦାବି ଜୋର୍‌ ଧରିଲା,୧୯ରେ ବାଇକ୍‌ ଶୋଭାଯାତ୍ରା

iStock

ସୋନପୁର: ସୋନପୁର ସହର ଗୁରୁବାର ଦେଶର ସବୁଠୁ ଉତ୍ତପ୍ତ ସହର ହୋଇଥିଲା। ଏହାକୁ ନେଇ ଶନିବାର କୋଶଲ ସାହିତ୍ୟ ସଂସ୍କୃତି ଏକାଡେମି ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ସଭା କୋଶଲ ସାହିତ୍ୟ ସଂସ୍କୃତି ଏକାଡେମିର ସମ୍ପାଦକ ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ୧୯୯୮ରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ କେବଳ ସୋନପୁର ସହରର ୩୫ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଏହି ସଭାରେ ସୂଚନା ଦିଆଯାଇଥିଲା। ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ ହେଉଛି ରାସ୍ତାଘାଟର ଉନ୍ନତି ପାଇଁ ଗଛକଟା, ଶୁଷ୍କ ନଦୀ ଶଯ୍ୟା। ମହାନଦୀ ତଳମୁଣ୍ଡ‌ରେ ଖଇରମାଳଠାରେ ଏକ ବ୍ୟାରେଜ ନିର୍ମାଣ ତଥା ସୋନପୁର ସହର ମଧ୍ୟରେ ବ୍ୟାପକ ବୃକ୍ଷରୋପଣ ପାଇଁ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ ନିମନ୍ତେ ଦୁଇଟି ପ୍ରସ୍ତାବ ଗୃହୀତ ହୋଇଥିଲା।

ଏଦିଗରେ ସରକାରୀ କଳ ଓ ରାଜନୈତିକ ଅବହେଳାର ନିନ୍ଦା କରାଯାଇଥିଲା। ଜିଲ୍ଲାର ଦୁଇଜଣ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ ବକ୍ତାମାନେ। ଏହି ବ୍ୟାରେଜ ନିର୍ମାଣ ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଗରୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ବହୁ ଦିନ ହେଲା ସରକାରୀ ଶୀତଳଭଣ୍ଡାରରେ ପଡ଼ିରହିଛି ବୋଲି କିଛି ବକ୍ତା ଅଭିଯୋଗ କରିଥିଲେ। ଖଇରମାଳ ବ୍ୟାରେଜ ନିର୍ମାଣ ନହେଲେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଏପରିକି ଖଇରମାଳ ବ୍ୟାରେଜ ନିର୍ମାଣ ଓ ବ୍ୟାପକ ବୃକ୍ଷରୋପଣ ଦାବିରେ ଆସନ୍ତା ୧୯ ତାରିଖରେ ବାଇକ୍ ଶୋଭାଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ ଅଧ୍ୟାପକ ନାରାୟଣ ପ୍ରସାଦ ରାୟଗୁରୁ, ଡ. ଜ୍ୟୋତିରଞ୍ଜନ ବହିଦାର, ଶିକ୍ଷାବିତ୍ ବ୍ରଜମୋହନ ଦାନୀ, ମଦନମୋହନ ଦାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଥିରେ ଆଇନଜୀବୀ ବ୍ୟୋମକେଶ ଦାଶ, ନାଟ୍ୟଶ୍ରୀ ଗଦାଧର ବାରିକ, ଆର୍ତ୍ତତ୍ରାଣ ବାବୁ, ଶ୍ରୀଧର ବାଗ, ଆଇନଜୀବୀ ପ୍ରଫୁଲ୍ଲ ସାହୁ, ରଶ୍ମିରଞ୍ଜନ ଦାଶ, ହେମନ୍ତ ସା, ବେଣୁଧର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe