ଖଲଣା ଗୁଳିକାଣ୍ଡ; କଲେଜ କିରାଣି ଫେରାର

Advertisment
ଖଲଣା ଗୁଳିକାଣ୍ଡ; କଲେଜ କିରାଣି ଫେରାର

Patitapaban Junior College, Sainkul, Keonjhar - Weebly

ରାମଚନ୍ଦ୍ରପୁର: ବହୁଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାରେ ପୁଲିସ ଆଜି ସାଇଁକୁଳସ୍ଥ ପତିତପାବନ ମହାବିଦ୍ୟାଳୟରେ ଛାନଭିନ୍ କରିଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ କଲେଜର କିରାଣି ସଂଜୟ ରାଉତଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ ଆଜି କଲେଜ ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ଘଟଣା ପରଠୁ ସଂଜୟ ଫେରାର ହୋଇଯାଇଛନ୍ତି। ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ସଂଜୟ ଘଟଣା ଦିନ ୪ଟା ୧୭ ମିନିଟ୍‌ରେ କଲେଜ ଛାଡ଼ିଥିବା ବେଳେ ସାଢ଼େ ୪ଟା ବେଳେ ଘଟଣା ଘଟିଛି। ପୁଲିସ ବିଭିନ୍ନ ଦିଗରୁ ଛାନଭିନ୍ନ କରିବା ସହିତ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତଙ୍କଠାରୁ କିଛି ତଥ୍ୟ ହାସଲ କରିଛନ୍ତି। ସେପଟେ ସଂଜୟ ଗତ ୧୫ ତାରିଖରେ କଲେଜ ଆସିଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ଛୁଟି ଦରଖାସ୍ତ ଦେଇଥିବା ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଗ୍ରାମରେ ଗତ ଜୁଲାଇ ୧୪ ତାରିଖ ଅପରାହ୍ଣ ସାଢେ ଚାରିଟା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ତ  ଘଟିଥିଲା। ଗୁଳିମାଡ଼ରେ ସୁନନ୍ଦ ସେଠୀ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଯୁବକ ଗୁରୁତର ଆହାତ ହୋଇଥିଲେ।

ସନନ୍ଦଙ୍କ ପରିବାର ଅଭିଯୋଗ ଅନୁଯାୟୀ ପୁଲିସ ୧୫୦ /୨୨ ରେ ଏକ ମାମଲା ରୁଜୁ କରି ଧାରା ୧୪୭, ୧୪୮, ୩୪୧, ୨୯୪, ୩୨୩, ୩୨୪, ୩୨୬, ୩୦୭, ୩୦୨, ୫୦୬, ୧୨୦(ବି) ୧୪୯ ଆଇପିସି ୨୫/୨୭ରେ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଚଳାଇଛି।  ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନେକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରା ଉଚାରା ପରେ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି।

ଗୁଳିକାଣ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅକ୍ଷୟ ଘୋଷଙ୍କ ଟେର ପାଇ ପାରୁ ନାହିଁ ପୁଲିସ। ସେପଟେ ମୃତ ସୁନନ୍ଦଙ୍କ ପରିବାର ପକ୍ଷରୁ ଏତଲାରେ  ଖଲଣା ଗ୍ରାମର ସଂଜୟ କୁମାର ରାଉତଙ୍କ ନାମ ରହିଛି।  ଘଟଣାର  ତଦନ୍ତକାରୀ ପୁଲିସ ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦାମଚରଣ ସାହୁ, ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁ ଗତକାଲି ମହାବିଦ୍ୟାଳରେ ପହଞ୍ଚି ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ ଭେଟି ଅଭିଯୁକ୍ତ ସଂଜୟ ରାଉତଙ୍କ ବିଷୟରେ ପଚାରା ଉଚାରା କରିଥିଲେ। କଲେଜ ସିସିଟିଭି ଫୁଟେଜ ଯାଞ୍ଚ କରିବା ବା ସହ କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରି କିଛି ଫୁଟେଜ ଧରି ଫେରିଛନ୍ତି । ସଂଜୟ ଗୁଳିକାଣ୍ତ ଦିନ କଲେଜରେ ଥିଲେ ମଧ୍ୟ ଗୁଳିକାଣ୍ତ ଘଟିଥିବା ସମୟ  ଏବଂ ସେ କଲେଜରୁ  ବାହାରି ଯିବା ସମୟର ସବିଶେଷ ତଥ୍ୟ ସିସିଟିଭି ଫୁଟେଜରୁ ହାସଲ କରି ଫେରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe