ଭିଡିଓ ଜାରି କଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ: ଡିଜିପି ସମ୍ମିଳନୀ ଭଣ୍ଡୁର ଧମକ

Advertisment

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ। ସାରା ଦେଶର ସମସ୍ତ ସୁରକ୍ଷା ବ୍ୟବସ୍ଥାର ମୁଖିଆ ଏବେ ଭୁବନେଶ୍ବରରେ। ଠିକ୍ ଏହି ସମୟରେ ଖଲିସ୍ତାନୀ ଆତଙ୍କବାଦୀ...

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ। ସାରା ଦେଶର ସମସ୍ତ ସୁରକ୍ଷା ବ୍ୟବସ୍ଥାର ମୁଖିଆ ଏବେ ଭୁବନେଶ୍ବରରେ। ଠିକ୍ ଏହି ସମୟରେ ଖଲିସ୍ତାନୀ ଆତଙ୍କବାଦୀ...

ସାଧାରଣତନ୍ତ୍ର ଦିବସରରେ ମୋଦୀ ଓ ମାନ୍‌ଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ। ସାରା ଦେଶର ସମସ୍ତ ସୁରକ୍ଷା ବ୍ୟବସ୍ଥାର ମୁଖିଆ ଏବେ ଭୁବନେଶ୍ବରରେ। ଠିକ୍ ଏହି ସମୟରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଵନ୍ତ ସିଂ ପନ୍ନୁର ଏକ ଭିଡିଓ ବାର୍ତ୍ତା ପୁଲିସର ନିଦ ହଜାଇ ଦେଇଛି। ବିଦେଶରେ ଥିବା ପନ୍ନୁ ଏକ ଦୁଇ ମିନିଟ୍‌ର ଭିଡିଓ ଜାରି କରି କହିଛି, ଭୁବନେଶ୍ବର ଟେମ୍ପଲ୍‌ ସିଟି ଭାବେ ଜଣାଶୁଣା। କିନ୍ତୁ ଏବେ ତାହା ଟେରର୍‌ ସିଟି ପାଲଟିଛି। ଯେକୌଣସି ପ୍ରକାରେ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ସେ ତା’ର ସହଯୋଗୀ ଓ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆହ୍ବାନ ଦେଇଛି। ଏଥି ପାଇଁ ହୋଟେଲ୍‌, ମନ୍ଦିରରେ ଛଦ୍ମବେଶରେ ରହିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛି।

ପନ୍ନୁର ଏପରି ଖୋଲା ଧମକ ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଇଛି। କାରଣ ସବୁ ରାଜ୍ୟର ଡିଜି, ଆଇଜିମାନେ ଭୁବନେଶ୍ବରରେ ପହଞ୍ଚିଗଲେଣି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ପହଞ୍ଚିବେ। ପନ୍ନୁର ଧମକ ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହାକୁ ଗୁରୁତ୍ବର ସହ ନେଇଛି। ଦେଶର ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରିଦିଆଯାଇଛି। ସମସ୍ତଙ୍କ ନଜର ଏବେ ଭୁବନେଶ୍ବର ଉପରେ ରହିଛି। ପୂରା ସହରକୁ ଅଭେଦ୍ୟ ସୁରକ୍ଷା ବଳୟରେ ରଖାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟର ଗୁଇନ୍ଦା ବିଭାଗ ସବୁ ପ୍ରକାର ଗତିବିଧି ଉପରେ ନଜର ରଖିଛନ୍ତି। 

ଟେମ୍ପଲ୍‌ ସିଟି ନୁହେଁ, ଟେରର୍‌ ସିଟି 
ଅଭେଦ୍ୟ ସୁରକ୍ଷା ବଳୟରେ ଭୁବନେଶ୍ବର 
ସବୁ ସୁରକ୍ଷା ଏଜେନ୍ସିକୁ ସତର୍କ କରାଗଲା

ସହରର ପ୍ରତି ଛକ‌ରେ ବିଏସ୍‌ଏଫ୍ ଯବାନଙ୍କ ସହ କମାଣ୍ଡୋମାନେ ପିକେଟିଂ କରୁଛନ୍ତି। ସାଦା ପୋଷାକଧାରୀ ପୁଲିସ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ପଇଁତରା ମାରୁଛନ୍ତି। ରେଳଷ୍ଟେସନ, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ, ଜାତୀୟ ରାଜପଥ, ସବୁଠି ସୁରକ୍ଷା ବାହିନୀ କଡ଼ା ନଜର ରଖିଛି। ବଡ଼ ବଡ଼ ବିଲ୍‌ଡିଂ, ହୋଟେଲ୍‌ ଓ ସପିଂ ମଲ୍‌ଗୁଡ଼ିକରେ ମଧ୍ୟ ତୀକ୍ଷ୍‌ଣ ନଜର ରଖାଯାଇଛି। ବସ୍ତିଗୁଡ଼ିକରେ ମଧ୍ୟ ପୁଲିସ୍ ଚକ୍କର କାଟୁଛି।

ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଗଣମାଧ୍ୟମକୁ କହିଛନ୍ତି, ଏହାକୁ ନେଇ ଭୟଭୀତ ହେବାର ନାହିଁ। ପନ୍ନୁର କୌଣସି ଯୋଜନା ଫଳବତୀ ହେବ ନାହିଁ। ଆତଙ୍କବାଦ ନିରୋଧ କୌଶଳ, ଫୋର୍ସ ଓ ଗୁଇନ୍ଦା ବିଭାଗ ଏଥିପ୍ରତି ସତର୍କ ରହିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁହଁତୋଡ଼ ଜବାବ ଦେବାକୁ ସୁରକ୍ଷା ବାହିନୀ ପ୍ରସ୍ତୁତ ଅଛନ୍ତି। ତେବେ ଆମର ଭାରତ ବିରୋଧୀ ତତ୍ତ୍ବ ଅଛନ୍ତି। ଆମ ପାଇଁ ତାହା ଏକ ବଡ଼ ଚ୍ୟାଲେଞ୍ଜ। ସେଥି ପାଇଁ ଏପରି ସମ୍ମିଳନୀ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe