ବିଦେଶରୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ: ତଦନ୍ତ କରିବ ଏନ୍‌ଆଇଏ

ଭୁବନେଶ୍ବରରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ‌ବାର୍ତ୍ତା ଉପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଛି। ମିଳିଥିବା ଭିଡିଓ, ଅଡିଓ ଓ ଇ-ମେଲ୍‌ ସବୁ ବିଦେଶରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସାଧାରଣତନ୍ତ୍ର ଦିବସରରେ ମୋଦୀ ଓ ମାନ୍‌ଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ‌ବାର୍ତ୍ତା ଉପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଛି। ମିଳିଥିବା ଭିଡିଓ, ଅଡିଓ ଓ ଇ-ମେଲ୍‌ ସବୁ ବିଦେଶରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଠିକଣା ଭାବେ କେଉଁ ଦେଶରୁ ଏସବୁ ଆସିଛି, ସ୍ପଷ୍ଟ ହୋଇନଥିଲେ ହେଁ ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ଏହାକୁ ଭାରତୀୟ କୌଶଳରେ ବଦଳାଇ ପଠାଯାଇଛି। ତେଣୁ ଅଧିକ ତଦନ୍ତ ପାଇଁ ଏନ୍‌ଆଇଏର ସହାୟତା ଲୋଡ଼ାଯାଇଛି। ଏଥିସହିତ ସିବିଆଇ ଓ ଗୁଇନ୍ଦା ବ୍ୟୁରୋ ମଧ୍ୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ବିନୟତୋଷ ମିଶ୍ରଙ୍କ ସୂଚନାନୁସାରେ ଦୁଇ ବରିଷ୍ଠ ସାମ୍ବାଦିକଙ୍କ ନିକଟକୁ ଆସିଥିବା ଇ-ମେଲ୍‌ ଅନ୍‌ଆଡ୍ରେସ୍‌ଡ୍‌ ରହିଛି। ଅର୍ଥାତ୍ ଏହା କୌଣସି ଅନ୍‌ଆଡ୍ରେସ୍‌ଡ୍‌ ମେଲ୍‌ ଆଇଡିରୁ ହିଁ ଆସିଛି। କିନ୍ତୁ ଯେଉଁଠୁ ମେଲ୍‌ କରାଯାଇଛି, ତାହାର ସର୍ଭର୍‌ ବିଦେଶ ମାଟିରେ ଥିବା ସ୍ପଷ୍ଟ ହୋଇଛି। ସେହିଭଳି ପ୍ରଥମରୁ ଆସିଥିବା ଅଡିଓ ଓ ପରେ ସାମ୍ବାଦିକଙ୍କ ମେଲ୍‌କୁ ଆସିଥିବା ଭିଡିଓ ମଧ୍ୟ ବିଦେଶରୁ ପ୍ରସ୍ତୁତ କରାଯାଇଛି। ଭଏସ୍‌ ରେକର୍ଡ କରାଇବାରେ ବିଦେଶୀ କିଟ୍‌ ବ୍ୟବହାର କରାଯାଇଛି, କିନ୍ତୁ ସ୍ବତନ୍ତ୍ର କିଟ୍‌ ବ୍ୟବହାର କରାଯାଇଥିବାରୁ ତାହା ସ୍ଥାନୀୟ ବା ଭାରତୀୟ ପ୍ରସ୍ତୁତ ଭଳି ଲାଗୁଛି। ତେଣୁ ପଠାଇଥିବା ବ୍ୟକ୍ତି ବେଶ୍ ଯୋଜନାବଦ୍ଧ ଭାବେ ଏହା କରିଛି। ପ୍ରଥମରୁ ଏହାକୁ କେହି ଭ୍ରମରେ ପକାଇବା ପାଇଁ କରିଥିବା ଅନୁମାନ କରାଯାଉଥିଲା। କିନ୍ତୁ ‌ଜାତୀୟ ସୁରକ୍ଷାର ପ୍ରସଙ୍ଗ ନିହିତ ଥିବାରୁ ଏହାକୁ ଗୁରୁତ୍ବର ସହ ନିଆଯାଇଛି। ତେଣୁ ଏବେ ବିଦେଶୀ ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ଏନ୍‌ଆଇଏ ତଦନ୍ତ ଚଳାଇବ।

ଅଜଣା ବ୍ୟକ୍ତିଠାରୁ ଏହି ବାର୍ତ୍ତା ଆସିଥିଲେ ମଧ୍ୟ ଦୁଇ ସାମ୍ବାଦିକଙ୍କ ମେଲ୍‌କୁ କାହିଁକି ଓ କିଭଳି ଆସିଲା, ତାହା ବେଶ୍‌ ଗୁରୁତ୍ବ ବହନ କରୁଛି। ସୂଚନାଯୋଗ୍ୟ ଯେ ରବିବାର ଏହି ସମ୍ମିଳନୀ ସୁରୁଖୁରୁରେ ସରିଛି। ପନ୍ନୁର ଧମକ କାମ ଦେଇନି। ଭୁବନେଶ୍ବରକୁ ଟେରର୍‌ ସିଟି କହିଥିବା ଓ ବିଭିନ୍ନ ମନ୍ଦିରରେ ଛପିଥିବା ପନ୍ନୁ ଗୋଷ୍ଠୀର ସଦସ୍ୟ କଥା ମିଛ ପ୍ରମାଣିତ ହୋଇଛି। ସେହିଭଳି ଡିସେମ୍ବର ୧କୁ ଡି ଡେ ଘୋଷଣା କରି ଡରାଇଥିବା ପନ୍ନୁର ଧମକ ପାଣିରେ ଗାର ସଦୃଶ ହୋଇଛି। କେବଳ ସେତିକି ନୁହେଁ, ଆଜି ଭୁବନେଶ୍ବରରୁ ସବୁ ବିମାନ ସୁରକ୍ଷିତ ଭାବେ ଉଡ଼ାଣ କରିଛି। ଉଡ଼ାଣ କଲେ ପରିଣତି ଭୟଙ୍କର ହେବ ବୋଲି ପନ୍ନୁର ଧମକପୂର୍ଣ୍ଣ ବାର୍ତ୍ତାରେ ଉଲ୍ଲେଖ ଥିଲା।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe