ଖଲ୍ଲିକୋଟ କଲେଜ ନାମଫଳକ ବିବାଦ ହଟିଲା, ସଂଶୋଧନ କଲେ କର୍ତ୍ତୃପକ୍ଷ

Advertisment
ଖଲ୍ଲିକୋଟ କଲେଜ ନାମଫଳକ ବିବାଦ ହଟିଲା, ସଂଶୋଧନ କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର : ଖଲ୍ଲିକୋଟ କଲେଜ ନାମଫଳକରେ ରହିଥିବା ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ହଟିଛି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନାମଫଳକକୁ ସଂଶୋଧିତ କରିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ ୨୦୨୧ ଅଗଷ୍ଟ ମାସରେ ବିଶ୍ବବିଦ୍ୟାଳୟ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ  କର୍ତ୍ତୃପକ୍ଷ ନାମଫଳକ ଉପରେ ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରତିଷ୍ଠା ୧୮୭୮ ଲେଖାଥିବା ସ୍ଥାନରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ୨୦୨୧ ଲେଖି ଦେଇଥିଲେ।

ଏହାକୁ ବିରୋଧ କରି ଆଇନଜୀବୀ ତଥା ଶ୍ରମିକ ନେତା ପୀତବାସ ପଣ୍ତା ଏହାର ପ୍ରତିବାଦ କରିବା ସହ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ସଂଶୋଧନ କରିବା ବଦଳରେ ଜାଣିଶୁଣି ସମୟ ଗଡାଇ ଚାଲିଲେ। ୧୪୪ବର୍ଷର ଏହି ଐତିହାସିକ କଲେଜର ଇତିହାସକୁ ନଷ୍ଟ କରିବା ପାଇଁ ହୋଇଥିବା ହୀନ ଚକ୍ରାନ୍ତ ବିରୋଧରେ ଗଞ୍ଜମ ଜିଲ୍ଲା କ˚ଗ୍ରେସ ପକ୍ଷରୁ ଆସନ୍ତା ଅଗଷ୍ଟ ୪ତାରିଖରୁ କଲେଜ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଧମକ ଦିଆଯାଇଥିଲା। ଏଥିନେଇ ସହରର ବହୁ ବୁଦ୍ଧିଜୀବୀ ବିରୋଧ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ଶେଷରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନାମଫଳକକୁ ସଂ‌ଶୋଧନ କରିଥିବା ଦେଖିବାକୁ ମିଳିଛି। ଆଜି ଆଇନଜୀବୀ ଶ୍ରୀ ପଣ୍ତା ଏଭଳି ମହତ୍‌ କାର୍ଯ୍ୟରେ ସହଯୋଗ କରିଥିବା ବ୍ରହ୍ମପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe