ଖଲ୍ଲିକୋଟ ହିଂସାକାଣ୍ଡ: ଅଭିଯୁକ୍ତଙ୍କୁ ଥାନାକୁ ନେବାବେଳେ ପୁଲିସ୍ ଗାଡି ଉପରକୁ ବୋତଲ-ଢେଲା ମାଡ,୧୪୪ ଧାରା ଜାରି

Advertisment
ଖଲ୍ଲିକୋଟ ହିଂସାକାଣ୍ଡ: ଅଭିଯୁକ୍ତଙ୍କୁ ଥାନାକୁ ନେବାବେଳେ ପୁଲିସ୍ ଗାଡି ଉପରକୁ ବୋତଲ-ଢେଲା ମାଡ,୧୪୪ ଧାରା ଜାରି

ଖଲ୍ଲିକୋଟ: ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଗାଁ ଲୋକେ ଉତ୍ତେଜିତ ହୋଇ ଘେରାଉ କରିଛନ୍ତି । ପୁଲିସ୍ ଗାଡି ଉପରକୁ ସେମାନେ ବୋତଲ ଏବଂ ଢେଲା ମାଡ କରିଛନ୍ତି । ବୋତଲ ଏବଂ ଢେଲା ମାଡରେ ପୁଲିସ୍ ଭ୍ୟାନର କାଚ ଭାଙ୍ଗି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲାଠି ଚାର୍ଜ କରିଛି ।

ସୁଚନାଯୋଗ୍ୟ, ଖଲ୍ଲିକୋଟରେ ନିର୍ବାଚନୀ ହିଂସାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ସୁରକ୍ଷା ଦୃଷ୍ଟରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe