Advertisment

ଜମି ବିବାଦକୁ ନେଇ ଖାଲିଆକାନି ସ୍କୁଲରେ ତାଲା

Advertisment
ଜମି ବିବାଦକୁ ନେଇ ଖାଲିଆକାନି ସ୍କୁଲରେ ତାଲା

ଗୋଲାମୁଣ୍ଡା: ଗୋଲାମୁଣ୍ଡା ବ୍ଲକ ଖାଲିଆକାନି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ତାଲା ପକାଇଥିବା ଦେଖାଯାଇଛି। ଖାଲିଆକାନି ଗ୍ରାମର ଭଗବାନ ମାଝୀ ସ୍କୁଲ ନିର୍ମାଣ ହୋଇଥିବା ଜାଗାର ମାଲିକ ନିଜେ ବୋଲି ଦର୍ଶାଇ ଶୁକ୍ରବାର ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଥିଲେ। ମୋ ଜମି ମୁଁ ଛାଡ଼ିବି ନାହିଁ ବୋଲି ଜିଦ୍‌ରେ ଅଟଳ ରହି ସ୍କୁଲ ନିକଟରେ ବସି ରହିଥିଲେ। ପ୍ରଧାନ ଶିକ୍ଷକ ତଥା ସ୍କୁଲ କମିଟି ସଦସ୍ୟ ତାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ ଆଦୌ ଶୁଣିନଥିଲେ।

ଏ ସମ୍ପର୍କରେ ସ୍କୁଲ କମିଟି ସଦସ୍ୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହନନ୍ଦ, ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ବିଇଓ ନବ ସାହୁ, ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ଜଣାଇଥିଲେ। ଖବରପାଇ ସମସ୍ତେ ଘଟଣାସ୍ଥଳକୁ ପହଞ୍ଚି ଭଗବାନ ମାଝୀଙ୍କୁ ବୁଝାସୁଝା କରିଥିଲେ। ପରେ ତାଙ୍କୁ ସେହି ଜମି ବଦଳରେ ଅନ୍ୟ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଜମି ମାଲିକ ସ୍କୁଲର ତାଲା ଖୋଲିଥିଲେ। ପରେ ପାଠପଢ଼ା ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe