ଜୁଲାଇ ୩୧ ଯାଏଁ ଖୋଲିବନି ଖଣ୍ଡଗିରି ଓ ଉଦୟଗିରି

ଓଡ଼ିଶାରେ ସଂରକ୍ଷିତ କୀର୍ତ୍ତିରାଜିରୁ ମିଳିଛି ୧୧.୫୬ କୋଟି

ଖଣ୍ଡଗିରି ( ଫଟୋ : ବିଭୂତି)

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ଐତିହ୍ୟସ୍ଥଳ ଖଣ୍ଡଗିରି ଓ ଉଦୟଗିରି ଖୋଲିବ ନାହିଁ। ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏନେଇ ଏଏସ୍‌ଆଇକୁ ଚିଠି ଲେଖାଯାଇଛି। ଐତିହ୍ୟ ସ୍ଥଳରେ ଲୋକଙ୍କର ଭିଡ ରହିଲେ କରୋନା ଭାଇରସ ବ୍ୟାପିବାର ଆଶଙ୍କା ରହିଛି। କରୋନା ସଂକ୍ରମଣ ବଢୁଥିବାରୁ ଲୋକଙ୍କ ବୁଲିବା ଓ ଭିଡ଼ କମାଇବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରୋକ ଲଗାଯାଇଛି। ତେଣୁ ଏଭଳି ସ୍ଥିତିରେ ଭିଡ ସ୍ଥାନକୁ ନଗଲେ ଭଲ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ। ଜିଲ୍ଲାପାଳ କହିଛନ୍ତି, ଆଗାମୀ ୩୧ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଐତିହ୍ୟସ୍ଥଳ ବନ୍ଦ ରହିବ।

ସୂଚନାଯୋଗ୍ୟ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତରଫରୁ ସଂରକ୍ଷିତ ସ୍ମାରକୀ କୀର୍ତିରାଜି ଆସନ୍ତା ୬ ତାରିଖରୁ ଖୋଲିବ ବୋଲି ପୂର୍ବରୁ କୁହାଯାଇଥିଲା। କଟକଣା ପାଳନ ସହ ଏସବୁ ଖୋଲିବା ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଜଣାଇଥିଲେ। ସେ କହିଥିଲେ ଯେ ନନ୍‌-କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ସ୍ମାରକୀ ଓ ସଂଗ୍ରହାଳୟ ଗୁଡ଼ିକ କେବଳ ଲୋକଙ୍କ ପାଇଁ ଖୋଲି ପାରିବ। ସମସ୍ତ ସଂରକ୍ଷିତ କୀର୍ତିରାଜିରେ ନୀତି ନିୟମ ମାନିବା ବାଧ୍ୟତାମୂଳକ କରାଯାଇଥିଲା। ସାନିଟାଇଜେସନ୍‌, ସାମାଜିକ ଦୂରତା ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଟକଣାକୁ ମାନିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏଏସଆଇ ମୋଟ ୩୬୯୧ଟି ସଂରକ୍ଷିତ କୀର୍ତିରାଜି ଥିବା ବେଳେ ସେଥିମଧ୍ୟରୁ ୮୨୦ଟି ସଂରକ୍ଷିତ କୀର୍ତିରାଜି ଜୁନ୍‌ ୮ରୁ ଖୋଲା ଯାଇଛି। ଏଥିପାଇଁ ଏଏସ୍‌ଆଇ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ମଧ୍ୟ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe