କରୋନା ମୁକାବିଲା ସ୍ଥିତି ସମୀକ୍ଷା କଲେ  ଖଣ୍ଡପଡ଼ା ବିଧାୟକ

ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଲେ, ମାକ୍ସ ବଣ୍ଟନ କଲେ

କରୋନା ମୁକାବିଲା ସ୍ଥିତି ସମୀକ୍ଷା କଲେ  ଖଣ୍ଡପଡ଼ା ବିଧାୟକ

ନୟାଗଡ଼: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡପଡ଼ା ଓ  ଭାପୁର ବ୍ଲକରେ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା ଆଜି ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ  ପ୍ରଥମେ ଖଣ୍ଡପଡ଼ା ବ୍ଲକର ସ୍ଥିତି ସମୀକ୍ଷା କରିବା ପରେ ଭାପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଖଣ୍ଡପଡ଼ା ବ୍ଲକ  କାର୍ଯ୍ୟାଳୟରେ ବିଡିଓ ପ୍ରମୋଦ କୁମାର ନାୟକ ଓ ଜିଆରଏସ୍‌ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରବାସୀ ଓଡ଼ିଆମାନେ ଫେରିଲେ ସେମାନଙ୍କ ନିମନ୍ତେ କରାଯାଇଥିବା କ୍ବାରାଣ୍ଟିନ୍‌ ସେଣ୍ଟର (ସଙ୍ଗରୋଧ କେନ୍ଦ୍ର)ର ସ୍ଥିତି ଅନୁଧ୍ୟାନ କରିଥିଲେ। ଉକ୍ତ ବ୍ଲକ ଅଧୀନ ବେଣାଗାଡ଼ିଆ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଥିଲେ। ଏହା ପରେ ଭାପୁର ବ୍ଲକ ଗସ୍ତ କରି,  ସେଠାରେ ବିଡିଓ  ସତ୍ୟସୁନ୍ଦର ରାଉତଙ୍କ ସହିତ ବିଭିନ୍ନ ପଞ୍ଚାୟତରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ର, ଆସିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ନିମନ୍ତେ କରାଯାଇଥିବା ଖାଦ୍ୟ, ପାନୀୟ ତଥା ରହଣି ସମ୍ବନ୍ଧରେ ଆଲୋଚନା କରିଥିଲେ।

publive-image

ଏହା ପରେ  ବିଜିପୁର ଗ୍ରାମ ପଞ୍ଚାୟତ କଲ୍ୟାଣମଣ୍ଡପ ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଥିଲେ। ଏଥିସହିତ ବିଧାୟକଙ୍କ ପକ୍ଷରୁ ବିଭିନ୍ନ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସହିତ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୟାଧର ପରିଡ଼ା,  ଫତେଗଡ଼ ସରପଞ୍ଚ ତୋଫାନ କୁମାର ପ୍ରଧାନ , ଖଣ୍ଡପଡ଼ା‌ ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe