ଖରସ୍ରୋତା ଆନ୍ଦୋଳନ: ଦୁଇ ପୂର୍ବତନ ବିଧାୟକଙ୍କ ସମେତ ୧୨୨ଜଣଙ୍କୁ ହାଇ‌କୋର୍ଟରୁ ଅନ୍ତରୀଣ ସୁରକ୍ଷା

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ରାଜକନିକା ଥାନା ମାମଲାରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୨୨ଜଣଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଭାରୀଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସ ଓ ଘରୋଇ ସଂସ୍ଥା ପକ୍ଷରୁ ଦୁଇଟି ପୃଥକ ଏତଲା ଦିଆଯାଇଥିବା ବେଳେ ପୂର୍ବରୁ ଅଗଷ୍ଟ ୩୧ରେ ଗୋଟିଏ ମାମଲାରେ ଶ୍ରୀ ନାୟକ ଓ ଶ୍ରୀ ଶର୍ମାଙ୍କ ସମେତ ପ୍ରାୟ ୧୪୦ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା।

ଘରୋଇ କମ୍ପାନି ପକ୍ଷରୁ ରୁଜୁ ଏତଲା ଆଧାରରେ ରାଜକନିକା ଥାନାରେ ଦାୟର ଦ୍ବିତୀୟ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ନାୟକ ଓ ଶ୍ରୀ ଶର୍ମାଙ୍କ ସମେତ ୧୨୨ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗୁଆ ଜାମିନ ଆବେଦନର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe