ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ଯୋଜନାକୁ ବିରୋଧ: ନିଷ୍ପତ୍ତି ନେବାକୁ ପାନୀୟ ଜଳ ସଚିବଙ୍କୁ ନିର୍ଦ୍ଦେଶ

Advertisment
ଖରସ୍ରୋତା ଆନ୍ଦୋଳନ: ଦୁଇ ପୂର୍ବତନ ବିଧାୟକଙ୍କ ସମେତ ୧୨୨ଜଣଙ୍କୁ ଆଗୁଆ ଜାମିନ

କଟକ : ଖରସ୍ରୋତାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ସହିତ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ, ମେଗା ଇଂଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟକଚର ଲିମିଟେଡ୍ ଏମଡି, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ)ଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ଏହି ପ୍ରସଂଗରେ ଶୁଣାଣି ପୂର୍ବରୁ ପକ୍ଷମାନଙ୍କୁ ଅତି କମ୍‌ରେ ୧୦ ଦିନର ନୋଟିସ୍ ଦିଆଯିବ। ଏହାପରେ ଏହି ପ୍ରସଂଗରେ ସଚିବ ଶୁଣାଣି କରି ଡିସେମ୍ବର ୨୦ ଭିତରେ ଯୁକ୍ତିଯୁକ୍ତ ନି‌ର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ପକ୍ଷମାନଙ୍କୁ ଅବଗତ କରାଯିବ। ଯଦି ଏପରି ନିର୍ଦ୍ଦେଶରେ ଆବେଦନକାରୀ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁକାନ୍ତ କୁମାର ଦାଶ ଓ ଅନ୍ୟ ୧୨ଜଣଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଖରସ୍ରୋତାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ଆଳି ଓ କନିକାବାସୀ ପ୍ରଭାବିତ ହେବେ। ଚାନ୍ଦବାଲି ଓ କେନ୍ଦୁଝରରୁ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରଥମେ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିନା କୌଣସି କାରଣରେ ଖରସ୍ରୋତାରୁ ପାଣି ନେବା ପାଇଁ ସରକାରୀ ସ୍ତରରେ ସ୍ଥିର କରାଯାଇଥିଲା। ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ବାତିଲ କରାଯାଉ ଓ ଖରସ୍ରେତା ମେଗା ପ୍ରକଳ୍ପକୁ ବନ୍ଦ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବନାରାୟଣ ବିଶ୍ବାଳ ଓ ବୃନ୍ଦାବନ ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe