ଏମ୍‌ସ ସପକ୍ଷରେ ବିଜେପି, ବିଜେଡିକୁ ସମାଲୋଚନା: ସରକାରଙ୍କ ଦୋଷ ତ୍ରୁଟି କାଢ଼ି ଅସନ୍ତୋଷ ଝାଡ଼ିଲେ ଖାରବେଳ

Advertisment
ଏମ୍‌ସ ସପକ୍ଷରେ ବିଜେପି, ବିଜେଡିକୁ ସମାଲୋଚନା: ସରକାରଙ୍କ ଦୋଷ ତ୍ରୁଟି କାଢ଼ି ଅସନ୍ତୋଷ ଝାଡ଼ିଲେ ଖାରବେଳ

Update Odisha

ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ ଏମ୍‌ସ କର୍ତୃପକ୍ଷଙ୍କ ଦ୍ୱାରା ସମସ୍ତ କାର୍ଯ୍ୟରେ ହିନ୍ଦୀ ଭାଷା ଉପଯୋଗ ପାଇଁ ନିର୍ଦ୍ଦେଶନାମା ଜାରି ପ୍ରସଙ୍ଗ ବିବାଦୀୟ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ ଆଜି ବିଜେଡି-ବିଜେପି ମୁହାଁମୁହିଁ େହାଇଛନ୍ତି। ବିଜେଡିର ଏକ ଉଚ୍ଚ ପ୍ରତିନିଧି ଦଳ ଏମ୍‌ସ କର୍ତୃପକ୍ଷଙ୍କୁ ଭେଟିବା ସହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପଟେ ବିଜେପି ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ପାଲଟା ଆକ୍ରମଣ କରିଛି। ବିଜେପିର ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁ ସମାଲୋଚନା କରି କହିଛନ୍ତି, ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ କାହିଁକି ବହୁତ ବାଧୁଛି। ଅସଲ କଥା ହେଉଛି, ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍ ଓ ଇଂରାଜି ଭାଷା ପ୍ରତି ମମତା ଅଧିକ ରହିଛି। ଏମ୍‌ସ କର୍ତୃପକ୍ଷ ଯେଉଁ ନିୟମ ଆଣିଛନ୍ତି, ସେଥିରେ କୌଣସି ସ୍ଥାନରେ ଲେଖା ହୋଇନାହିଁ କି ଓଡିଆ ଭାଷାକୁ ବ୍ୟବହାର କରାନଯାଉ ବୋଲି। ସେହିପରି ରୋଗୀ ସେବା ସଂପର୍କିତ ବା ରୋଗୀମାନଙ୍କ ସହିତ ସିଧାସଳଖ ଜଡିତ ବିଭାଗ ମାନଙ୍କରେ କୌଣସି ଭାବରେ ବି ଏ ନେଇ ପରିବର୍ତନ ଅଣାଯାଇନାହିଁ। ରୋଗୀ ଯେଉଁ ଭାଷା ବୁଝିବେ ସେହି ଭାଷାରେ ହିଁ ଡାକ୍ତର ଓ ନର୍ସ ବା କର୍ତୃପକ୍ଷ କଥା ହେବେ। କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇନାହିଁ। ଓଡିଆ ରୋଗୀଙ୍କ ସହିତ ସମସ୍ତ ଯୋଗାଯୋଗ ଓଡିଆ ଭାଷାରେ ହେବ।

ହେଲେ ବିଜୁ ଜନତା ଦଳ ବିନା ଆଧାରରେ ଭ୍ରମିତ କରୁଛି ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ। ତାଙ୍କର ଯୁକ୍ତି ହେଉଛି, ଏମ୍‌ସରେ ଏମ୍‌ବିବିଏସ ଓ ନର୍ସିଂରେ ପିଲାମାନଙ୍କୁ ଓଡିଆ ଭାଷାରେ ପାଠ ପଢାଯାଉଛି। ମୋଦୀ ସରକାର ରେଳ ଟିକଟରେ ଓଡିଆ ଭାଷାର ପ୍ରଚଳନ କଲେ। ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏବେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଏସ୍‌ସିବି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଯେତେ ସେବୁ ସରକାରୀ ଚିଠି ଦିଆନିଆ ହେଉଛି ତାହା କେଉଁ ଭାଷାରେ ହେଉଛି? ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି।

ସେହିଭଳି ନ୍ୟାୟାଳୟ ମାନଙ୍କରେ ମୁଖ୍ୟ ଭାଷା ଭାବରେ ଇଂରାଜି ବ୍ୟବହାର ହେଉଛି। କାହିଁକି ଓଡିଆ ଭାଷାରେ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉନାହିଁ? ଆଜି ବିଜୁ ଜନତା ଦଳର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ପିନାକୀ ମିଶ୍ର ନିଜେ କୁହନ୍ତୁ ସେ ହାଇକୋର୍ଟରେ କେଉଁ ଭାଷାରେ ନିଜର ତର୍କ ରଖିଛନ୍ତି? ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି କୌଣସି ଆନ୍ତରିକତା ନାହିଁ। କେବଳ ଶସ୍ତା ରାଜନୀତି କରିବା ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe