ଖରିଫ ଧାନ ସଂଗ୍ରହ ଆରମ୍ଭ; ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ବି ସେମାନଙ୍କ ଧାନ କ୍ରୟ କରାଯିବ

Advertisment
ଖରିଫ ଧାନ ସଂଗ୍ରହ ଆରମ୍ଭ; ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ବି ସେମାନଙ୍କ ଧାନ କ୍ରୟ କରାଯିବ

Dailyhunt

ଭୁବନେଶ୍ୱର:  ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି। ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି ଏବଂ ଅମଳ ସମୟ ଅନୁସାରେ ଏହା ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଆରମ୍ଭ ହେବ। ଗତ ରବିବାର (୨୪.୧୧.୨୦୧୯) ସୁଦ୍ଧା ୧,୭୫, ୫୫୮ କ୍ୱିଣ୍ଟାଲର ଧାନ ଆଠଗୋଟି ଜିଲ୍ଲାରୁ ସଂଗ୍ରହ କରାଯାଇଛି ବୋଲି ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

publive-image

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କର ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥାରେ କରାଯାଉଛି। ସେଥିପାଇଁ ସମସ୍ତ କ୍ରୟ କେନ୍ଦ୍ରକୁ ଇରିସ୍‌ ସ୍କାନର ଯୋଗାଇ ଦିଆଯାଉଛି। ତେବେ ଏହା ଜରିଆରେ ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ ଆଧାର ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ସେମାନଙ୍କ ଧାନ କ୍ରୟ କରାଯିବ। ଆଧାର ପ୍ରମାଣୀକରଣ ମଣ୍ଡିରେ ଭୂତଚାଷୀ/ ବେପାରୀ ଅନୁପ୍ରବେଶକୁ ପରିସମାପ୍ତ କରିବ।

ସେହିପରି ସ୍ଥିରୀକୃତ ଦିବସରେ ପଞ୍ଜିକୃତ ଚାଷୀ ଧାନ ବିକ୍ରି ନକରିପାରିଲେ, ସମ୍ପୃକ୍ତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପୁନର୍ବାର ଏକାଧିକ ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe