ବିଧାନସଭା, ନିମ୍ନଶ୍ରେଣୀର ବିଧାନଗୃହ: ଖାରବେଳ

Advertisment

ଅଭିଜିତ୍‌ ମାମଲା

ଅଭିଜିତ୍‌ ମାମଲା

ବିଧାନସଭା, ନିମ୍ନଶ୍ରେଣୀର ବିଧାନଗୃହ: ଖାରବେଳ

ଭୁବନେଶ୍ବର : ଓଡ଼ିଆ ଜାତି, ସଂସ୍କୃତି ଓ ବିିଧାନସଭା ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଜିତ ଆୟାର ମିତ୍ର ବିଧାନସଭା ଗୃହ କମିଟି ଆଗରେ କ୍ଷମାପ୍ରାର୍ଥନା କରିବା ପରେ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଏହି ଘଟଣାରେ ବିଧାନସଭାକୁ ଆକ୍ଷେପ କରି କଡ଼ା ଟିପ୍ପଣୀ ଦେଇଛନ୍ତି ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ବାଇଁ।

ଶ୍ରୀ ସ୍ବାଇଁ ଖୋଲାଖୋଲି କହିଛନ୍ତିି ଯେ ଅଭିଜିତ୍‌ କ୍ଷମା ମାଗିବା ପରେ ବି ତାଙ୍କ ବିରୁଦ୍ଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଧାନସଭା ଗୃହ କମିଟି ପ୍ରତିହିଂସା ପରାୟଣ ହୋଇପଡ଼ିଛି। ଫଳରେ ବିଧାନସଭାର ମର୍ଯ୍ୟାଦା ତଳକୁ ଖସିଯାଇଛି। କେବଳ ସେତିକି ନୁହେଁ, ବିଧାନସଭାକୁ ନିମ୍ନଶ୍ରେଣୀର ବିଧାନଗୃହ ବୋଲି ସେ ଅଭିହିତ କରିଛନ୍ତି। ଖାରବେଳଙ୍କ ମନ୍ତବ୍ୟ ନେଇ ନିଜ ପ୍ରତିକ୍ରିୟାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ତାଙ୍କ ମନ୍ତବ୍ୟ ଯୋଗୁଁ ବିଧାନସଭା କି ବିଧାୟକଙ୍କ ପ୍ରତି ଆକ୍ଷେପ କରାଯାଇଛି କି ନାହିଁ ତା’ ଉପରେ ବିଚାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe