ଖେଲୋ ଇଣ୍ଡିଆ: ୧୦୦ ମିଟର୍ ବ୍ୟାକ୍‌ଷ୍ଟ୍ରୋକ୍‌ରେ ଓଡ଼ିଶାର ସନ୍ତରଣ ତାରକା ପ୍ରତ୍ୟାଶା ରାୟଙ୍କୁ ରୌପ୍ୟ

Advertisment
ଖେଲୋ ଇଣ୍ଡିଆ: ୧୦୦ ମିଟର୍ ବ୍ୟାକ୍‌ଷ୍ଟ୍ରୋକ୍‌ରେ ଓଡ଼ିଶାର ସନ୍ତରଣ ତାରକା ପ୍ରତ୍ୟାଶା ରାୟଙ୍କୁ ରୌପ୍ୟ

ସମ୍ବଲପୁର : ଓଡ଼ିଶାର ସନ୍ତରଣ ତାରକା ପ୍ରତ୍ୟାଶା ରାୟ ଗୌହାଟିରେ ଚାଲିଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସନ୍ତରଣରେ ପ୍ରଥମ ପଦକ ଜିତିଛନ୍ତି। ସେ ୨୧ ବର୍ଷରୁ କମ୍‌ ବାଳିକା ବର୍ଗରେ ୧୦୦ ମିଟର୍ ବ୍ୟାକ୍‌ଷ୍ଟ୍ରୋକ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରତ୍ୟାଶା ୧ ମିନିଟ୍‌ ୯. ୩୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଲ ୧.୦୬.୭୧ ସମୟ ନେଇ ସ୍ୱର୍ଣ୍ଣ ଜିଣି ଥିଲାବେଳେ ଗୁଜରାତର ମାନ୍ନା ପଟେଲ ୧.୧୨.୩୮ ସମୟ ସହ କାଂସ୍ୟ ପଦକ ପାଇଛନ୍ତି। ପ୍ରତ୍ୟାଶାଙ୍କୁ ତାଙ୍କ ସଫଳତା ପାଇଁ ରାଜ୍ୟ ସନ୍ତରଣ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ, ସାଧାରଣ ସଂପାଦକ ଦିଲାୱର ହୋସେନ, ଯୁଗ୍ମସଂପାଦକ ଜୟକୃଷ୍ଣ ପଟେଲ, କୋଷାଧ୍ୟକ୍ଷ ବିଜୟ ଦିକ୍ଷିତ ଅଭିନନ୍ଦନ ଜଣାଇବା ସହ ସେ ଏହି ପ୍ରତିଯୋଗିତାରେ ଆହୁରି ପଦକ ଜିତିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe