ଖେଲୋ ଇଣ୍ଡିଆ ମହିଳା ଲିଗ୍: ସ୍ବେତଲିନାଙ୍କୁ ସ୍ବର୍ଣ୍ଣ, ମୋନାଲିଙ୍କୁ ରୌପ୍ୟ

Advertisment
ଖେଲୋ ଇଣ୍ଡିଆ ମହିଳା ଲିଗ୍: ସ୍ବେତଲିନାଙ୍କୁ ସ୍ବର୍ଣ୍ଣ, ମୋନାଲିଙ୍କୁ ରୌପ୍ୟ

ବ୍ରହ୍ମପୁର,: ଖେଲୋ ଇଣ୍ଡଇଆ ମହିଳା ଲିଗ୍‌ରେ ଆଜି ପୁଣି ଓଡ଼ିଶା ପ୍ରତିଯୋଗୀ ଦୁଇଟି ପଦକ ଲାଭ କରିଛନ୍ତି। କନିଷ୍ଠ ୮୧କେଜି ବର୍ଗରେ ସ୍ବେତଲିନା ନାୟକ ୭୨ସ୍ନାଚ୍, ୯୦ କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୬୨କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣପଦକ ଲାଭ କରିଛନ୍ତି।

ଏହି ବର୍ଗରେ ମୋନାଲି ସାହୁ ୬୮କେଜି ସ୍ନାଚ୍ ଏବଂ ୯୦କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୫୮କେଜି ଭାରୋତ୍ତୋଳନ କରି ରୌପ୍ୟପଦକ ହାସଲ କରିଛନ୍ତି। ଏଥିସହ ଓଡ଼ିଶାର ମୋଟ ପଦକ ସଂଖ୍ୟା ୮(୫ସ୍ବର୍ଣ୍ଣ, ୨ରୌପ୍ୟ, ୧କାଂସ୍ୟ)ରେ ପହଁଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe