ବରପାଲି: ଲଗାଣ ବର୍ଷା ଯୋଗୁ ବରପାଲି ବ୍ଲକ୍ ଅନ୍ତର୍ଗତ ଖେମେସରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଣି ଭର୍ତ୍ତି ହୋଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପାଣି ଘେରରେ ବହୁ ସମୟ ଯାଏ ରହି ଯାଇଥିଲେ। ଫଳରେ ସ୍କୁଲ କୋଠରୀରେ ପାଣି ପଶିଯିବା ଯୋଗୁଁ ପାଠପଢ଼ା ବ୍ୟାହତ ହୋଇଛି।
ସ୍କୁଲର ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ଆଜି ପ୍ରବଳ ବର୍ଷା ଯୋଗୁଁ ଆଣ୍ଠୁଏ ପାଣି ଜମି ରହିଥିଲା। ଏନେଇ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ପାଠପଢ଼ାରେ ବାଧା ଉପୁଜିଥିବା ଦେଖାଯାଇଛି। ଏଥିପାଇଁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଭିଭାବକ ଓ ଗ୍ରାମବାସୀଙ୍କ ମହଲରେ ଦାବି ହେଉଛି।
Follow Us