ଖୋର୍ଦ୍ଧା: ଅଗ୍ନିକାଣ୍ଡରେ ଚାରି ବଖରା ଘରପୋଡ଼ି: ୪୦ ଛେଳି ଦଗ୍ଧ

ଖୋର୍ଦ୍ଧା: ଅଗ୍ନିକାଣ୍ଡରେ ଚାରି ବଖରା ଘରପୋଡ଼ି: ୪୦ ଛେଳି ଦଗ୍ଧ

ଖୋର୍ଦ୍ଧା: ଗତ ରାତିରେ ଖୋର୍ଦ୍ଧା ବ୍ଳକ୍‌ ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଅନ୍ତର୍ଯ୍ୟାମୀ ସୁବୁଦ୍ଧିଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘର ଓ ଗୁହାଳ ସମେତ ୪ ବଖରା ପୋଡ଼ି ଯାଇଛି।

ଖବର ପାଇ ରାତି ୨ଟା ୪୫ ମିନିଟ୍‌ରେ ଖୋର୍ଦ୍ଧାରୁ ଗୋଟାଏ ଦମକଳ ଯାଇ ନିଅାଁ ଲିଭାଇବା ଆରମ୍ଭ କରିଥିଲା। ଦ୍ୱିତୀୟ ଦମକଳ ଯାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନିଅାଁ ଲିଭି ସାରିଥିଲା।

ସୁବୁଦ୍ଧିଙ୍କର ଛେଳିଚାଷ ଓ ବ୍ୟବସାୟ ଥିବାରୁ ତାଙ୍କ ଗୁହାଳରେ ଶତାଧିକ ଛେଳି ଥିଲେ। ଗୁହାଳେ ନିଅାଁ ଲାଗିଯିବାରୁ ପ୍ରାୟ ୩୦/୩୫ ଛେଳି ପୋଡ଼ି ମରିଛନ୍ତି। କିଛି ଛେଳି ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ଦୌଡ଼ି ପଳାଇଛନ୍ତି। ଏହା ବ୍ୟତିରେକେ, ତାଙ୍କ ଘରର ସମସ୍ତ ଆସବାବ୍‌ପତ୍ର ଏବଂ ଝିଅ ବାହାଘର ପାଇଁ କିଣି ରଖିଥିବା କିଛି ସାମଗ୍ରୀ ପୋଡ଼ି ଅଙ୍ଗାର ହୋଇ ଯାଇଛି।

publive-image

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉକ୍ତ ଗାଁ’ର ଘର ସବୁ ଛାଡ଼ି ଛାଡ଼ି ହୋଇ ଥିବାରୁ ଅନ୍ୟ କାହାରି ଘରକୁ ନିଅାଁ ଡେଇଁ ନାହିଁ କି, କୌଣସି ଲୋକ ମୃତାହତ ହୋଇ ନାହାନ୍ତି।

ଖବର ଦିଆଯାଇଥିଲେ ସୁଦ୍ଧା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe