ଖୋର୍ଦ୍ଧା: ସ୍ଥାନୀୟ ହାବେଳି ପଡ଼ିଆରେ ଗଲା ସପ୍ତାହେ ବ୍ୟାପି ଚାଲିଥିବା ଖୋର୍ଦ୍ଧା ମହୋତ୍ସବ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରିଛି। ଆଉ କେଇ ଘଣ୍ଟା ପରେ ମହୋତ୍ସବ ରବିବାର ଦିନ ଉଦ୍ଯାପିତ ହେବାକୁ ଯାଉଛି। ଏଥିପାଇଁ ଶନିବାର ସପ୍ତମ ସନ୍ଧ୍ୟାରେ ଗହଳି ଜୋର୍ଦାର୍ ହୋଇଥିବ ବେଳେ ଆସନ୍ତାକାଲି ଉଦ୍ଯାପନୀ ଦିବସରେ ରାଜ୍ୟପାଳ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ଗୌରୀ ସାଂସ୍କୃତିକ ପ୍ରତିଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପର ମା’ ବନଦୁର୍ଗା ଡ୍ୟାନ୍ସ ଗ୍ରୁପ୍, ପ୍ରାଚି କଳା ବିକାଶ ପ୍ରତିଷ୍ଠାନ, ସମଗ୍ର ଶିକ୍ଷା ପକ୍ଷରୁ ଦାସକାଠିଆ ପରିବେଷଣ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ, ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us