ଖୋର୍ଦ୍ଧା ପୌର ପରିଷଦ: ୮ ଅଧ୍ୟକ୍ଷ ପ୍ରାର୍ଥୀ ଓ ୯୨ କାଉନସିଲରଙ୍କ ନାମାଙ୍କନ ଦାଖଲ

ୱାର୍ଡ଼ ୩ରୁ ସର୍ବାଧିକ ୭ କାଉନସିଲର,  ୧୧ ଓ ୪ ୱାର୍ଡ଼ରେ ସର୍ବନିମ୍ନ ୨ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ଖୋର୍ଦ୍ଧା:ଆଜି ପୌର ପରିଷଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିଲା । ଗତ ୬ ଦିନ ମଧ୍ୟରେ ୨୨ ୱାର୍ଡ଼ ଓ ପ୍ରାୟ ୩୭ ହଜାର ଭୋଟର ବିଶିଷ୍ଟ ଖୋର୍ଦ୍ଧା ପୌର ପରିଷଦ ପାଇଁ ୮ ଜଣ ଅଧ୍ୟକ୍ଷ ପଦବୀ ନିମନ୍ତେ ଓ ୯୨ଜଣ କାଉନ୍ସିଲ ପ୍ରାର୍ଥୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ପୌର ପରିଷଦ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨ ଓ ୩ ତାରିଖରେ କୌଣସି ନାମାଙ୍କନପତ୍ର ଦାଖଲ ହୋଇନଥିଲା । ୪ ଓ ୫ ତାରିଖରେ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୬ ତାରିଖ ରବିବାର ଦିନ ଜଣେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୨୦ଜଣ କାଉନସିଲର ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ସର୍ବାଧିକ ୫୯ ଜଣ କାଉନ୍ସିଲର ପଦବୀ ଓ ୭ଜଣ ଅଧ୍ୟକ୍ଷ ପଦବୀ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ସୁଦ୍ଧା ମୋଟ ୮ଜଣ ଅଧ୍ୟକ୍ଷ ପଦ ପାଇଁ ଓ ୯୨ଜଣ କାଉନ୍ସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ୱାର୍ଡ଼ ନମ୍ବର ୩ରୁ ସର୍ବାଧିକ ୭ ଜଣ କାଉନସିଲର ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୧ ଓ ୪ ନମ୍ବର ୱାର୍ଡ଼ରୁ ସର୍ବନିମ୍ନ ୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ୭ ନମ୍ବର ୱାର୍ଡ଼ରୁ ୨ଜଣ ଅଧ୍ୟକ୍ଷ ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୫ରୁ ୨ଜଣ, ୨୨ରୁ ୨ ଜଣ, ୨୧ରୁ ଜଣେ, ୧୬ରୁ ଜଣେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe