ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ

Advertisment

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ୍‌ ପ୍ରକଳ୍ପ ଆଉ ପାଦେ ଆଗେଇଛି। ଦଶପଲ୍ଲା ଓ ଆଢ଼େଣିଗଡ଼ ରେଳ ସେକ୍ସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ ମିଳିଛି।  ୩୦୧ କିମି ବିଶିଷ୍ଟ ଏହି ରେଳ ଲାଇନ ମଧ୍ୟରୁ ଖୋର୍ଦ୍ଧାରୋଡରୁ ଦଶପଲ୍ଲା...

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ୍‌ ପ୍ରକଳ୍ପ ଆଉ ପାଦେ ଆଗେଇଛି। ଦଶପଲ୍ଲା ଓ ଆଢ଼େଣିଗଡ଼ ରେଳ ସେକ୍ସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ ମିଳିଛି।  ୩୦୧ କିମି ବିଶିଷ୍ଟ ଏହି ରେଳ ଲାଇନ ମଧ୍ୟରୁ ଖୋର୍ଦ୍ଧାରୋଡରୁ ଦଶପଲ୍ଲା...

body of the youth was recovered from the railway tracks near Punama Gate

body of the youth was recovered from the railway tracks near Punama Gate

ଭୁବନେଶ୍ୱର: ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ୍‌ ପ୍ରକଳ୍ପ ଆଉ ପାଦେ ଆଗେଇଛି। ଦଶପଲ୍ଲା ଓ ଆଢ଼େଣିଗଡ଼ ରେଳ ସେକ୍ସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ ମିଳିଛି।  ୩୦୧ କିମି ବିଶିଷ୍ଟ ଏହି ରେଳ ଲାଇନ ମଧ୍ୟରୁ ଖୋର୍ଦ୍ଧାରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି କାମ ସମ୍ପୂର୍ଣ୍ଣ ହୋଇଛି।  ପୁରୁଣାକଟକ ଓ ଦଶପଲ୍ଲା ମଧ୍ୟରେ ବାକି ରହିଥିବା‌ ୭୫ କିମି ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଚାଲୁଛି। ଏହି ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ ଓଡ଼ିଶାର ପରିବହନ ନେଟୱାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିବାକୁ ବାଟ କଢ଼ାଇ ନେଉଛି। ଏହି ପ୍ରକଳ୍ପ କେବଳ ସଂଯୋଗୀକରଣକୁ ଉନ୍ନତ କରିବନି, ବରଂ ଆର୍ଥିକ ଅଭିବୃଦ୍ଧି ଓ ପରିବେଶଗତ ସ୍ଥିରତାକୁ ସମର୍ଥନ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ଏହି ରେଳ ପ୍ରକଳ୍ପ ପାଇଁ ୩,୨୭୪.୩୩୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ରହିଥିଲା। ସେଥିମଧ୍ୟରେ ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ରହିଥିଲା। ଦଶପଲ୍ଲା ଓ ପୁରୁଣାକଟକ(୧୧୨-୧୮୦ କିମି) ମଧ୍ୟରେ ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟ ଅନୁମୋଦନ ପରିବେଶଗତ ଆହ୍ୱାନ ରହିଥିଲେ। ଯେଉଁଥିରେ ୫୯୪.୬୧୮ ହେକ୍ଟର ଘନ ଜଙ୍ଗଲ ଅନ୍ତର୍ଭୁକ୍ତ ଥିଲା। ଜଙ୍ଗଲ, ପରିବେଶ  ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓ ରାଜ୍ୟ ବନ ବିଭାଗ ସହ ପରାମର୍ଶ କରି ରେଳ ପ୍ରକଳ୍ପ ଟିମ୍‌ ବ୍ୟାପକ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିଥିଲେ।

ଏହି ରେଳ ଲାଇନରେ ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ୭୫ କିମି ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି, ଯାହାର ଲମ୍ବ ୧୨.୭୬ କିଲୋମିଟର। ସେଥିମଧ୍ୟରୁ ବୁଗୁଡ଼ା-ବାଣିଗୋଚ୍ଛା ମଧ୍ୟରେ ୪.୮୮୫ କିମି ଦୈର୍ଘ୍ୟ ଟନେଲ୍‌ ଏହି ପ୍ରକଳ୍ପର ସବୁଠାରୁ ଲମ୍ବା ଓ ସୁରକ୍ଷା ପାଇଁ ୭୦୦ ମିଟରର ଏକ ଏସ୍କେପ୍ ଟନେଲ୍ ଅନ୍ତର୍ଭୁକ୍ତ। ଟନେଲ୍-୧ ଓ ଟନେଲ୍-୩ ପ୍ରମୁଖ ସଫଳତା ହାସଲ କରିଛି। ୭ଟି ସୁଡଙ୍ଗ ମଧ୍ୟରୁ ୫ଟିରେ ଖନନ କାର୍ଯ୍ୟ ଶେଷ ହୋଇଛି। ଏହି ରେଳ ଲାଇନ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ବଜାର ଚାହିଦା, ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆକାଂକ୍ଷା ଜିଲ୍ଲାଗୁଡ଼ିକରେ ଏହି ପ୍ରକଳ୍ପ ଉନ୍ନତି ଆଣିବ ବୋଲି ରେଳ ମନ୍ତ୍ରଣାଳୟ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe