‘ଫନି’ ଯିବା ପରେ ଖୋର୍ଦ୍ଧା ଅଞ୍ଚଳରେ ସ୍ଥିତି ସାଂଘାତିକ ! ବାତ୍ୟାର ୬ଦିନ ପରେ ବି ବିଦ୍ୟୁତ ଯୋଗାଣ ଓ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ

‘ସପ୍ତାହ ଭିତରେ କେନ୍ଦ୍ରୀୟ ଟିମ୍‌କୁୁ ବିପର୍ଯ୍ୟୟ କ୍ଷୟକ୍ଷତିର ଆକଳନ ପାଇଁ ପଠାଯାଉ’

Rediff.com

ଭୁବନେଶ୍ୱର : ବାତ୍ୟା ଫନି ଯିବା ପରେ ଖୋର୍ଦ୍ଧା ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇ ପଡ଼ିଛି । ବଡ଼ ବଡ଼ ଗଛ ଉପୁଡିବା ସହ ଅନେକ ଘର ଭାଙ୍ଗି ପଡିଛି । ବାତ୍ୟାର ଛଅ ଦିନ ପରେ ବି ବିଦ୍ୟୁତ ଯୋଗାଣ ଓ ପିଇବା ପାଣି ମୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ।

publive-image Skymet Weather

କଲେକ୍ଟର ଅଫିସଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ ବସ୍ତିବାସିନ୍ଦାଙ୍କ ନିକଟରେ ପହଁଚିପାରିନି ପ୍ରଶାସନ । ରିଲିଫ୍‌ କିମ୍ବା କୌଣସି ସରକାରୀ ସହାୟତା ନ ପହଁଚିବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । କିନ୍ତୁ ଏବେ ବି ଫନିି ପ୍ରଭାବିତ ଲୋକେ ସରକାରଙ୍କ ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe