ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର

ଅଭିଯୁକ୍ତ ଗିରଫ, ଦେଶୀ ପିସ୍ତଲ ଓ ମାଗାଜିନ ଜବତ୍

ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର

ସୋନପୁର/ଖାରୀ : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର ହେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସି ଅନ୍ତର୍ଗତ ତେଲିପଡ଼ାରେ।

ପୁଲିସ ସୂଚନାନୁସାରେ, ତେଲିପଡ଼ାର ପଞ୍ଚାନନ ମହାପାତ୍ରଙ୍କ ପତ୍ନୀ ଅନିମା ମହାପାତ୍ରଙ୍କୁ ତାଙ୍କ ବଡ଼ଭାଇଙ୍କ ପୁଅ ଦେବପ୍ରକାଶ ମହାପାତ୍ର (୩୪) ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି। ରବିବାର ସକାଳ ପ୍ରାୟ ୧୦ଟା ବେଳେ ପଂଚାନନଙ୍କ ଘରକୁ ପୁତୁରା ଦେବପ୍ରକାଶ ଯାଇଥିଲେ। ସେଠାରେ ହଠାତ୍ ସେ ଧରିଥିବା ଦେଶୀ ପିସ୍ତଲରୁ ଅନିମାଙ୍କ ଉପରକୁ ଏକ ରାଉଣ୍ତ ଗୁଳି ଚଳାଇଥିଲା। ଗୁଳିଟି ତାଙ୍କ ପେଟରେ ବାଜିବା ସହ ସେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଦେବପ୍ରକାଶ ସେଠାରୁ ଫେରାର୍‌ ମାରିଥିଲା। ପରିବାର ଲୋକେ ଅନିମାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପଞ୍ଚାନନ ଏ ନେଇ ତରଭା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିବା ସହ ଦେବପ୍ରକାଶଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe