ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ଖୋଲିଲା ୨ କିମିର ଟନେଲ୍‌

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ଖୋଲିଲା ୨ କିମିର ଟନେଲ୍‌

ଭୁବନେଶ୍ୱର: ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୧,୯୭୫ ମିଟର ଲମ୍ବ ଟନେଲ୍(ଟନେଲ୍ ନମ୍ବର ୭)ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ଓ ଉନ୍ନତି ପାଇଁ ଚାଲୁ ରହିଥିବା ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ପ୍ରାୟ ଦୁଇ କିଲୋମିଟରର ଟନେଲ୍‌ ପୂର୍ବତଟ ରେଳପଥ ନିର୍ମାଣ ସଂସ୍ଥାର କୁଶଳୀ ଇଞ୍ଜିନିୟରିଂ ଦଳ ଦ୍ୱାରା ବୌଦ୍ଧ ଜିଲ୍ଲାରେ ଅନ୍ତିମ ବିସ୍ଫୋରଣ କରାଯାଇ କାର୍ଯ୍ୟ ଶେଷ ହୋଇଥିଲା।

୩୦୧ କିମି ବିଶିଷ୍ଟ ଖୋର୍ଦ୍ଧାରୋଡ-ବାଲାଙ୍ଗୀର ପ୍ରକଳ୍ପ ମଧ୍ୟରୁ ୧୮୩ କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି। ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଖୋର୍ଦ୍ଧାରୋଡ୍ ଓ ବଲାଙ୍ଗୀରର ଉଭୟ ପାର୍ଶ୍ୱରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏବେ ସୁଦ୍ଧା ଖୋର୍ଦ୍ଧାରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିମି ଓ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ଯ୍ୟନ୍ତ ୭୭ କିମି କାର୍ଯ୍ୟ ଶେଷ ହେବା ସହ କାର୍ଯ୍ୟକ୍ଷମ ହୋଇସାରିଛି। ଏଥିସହ ଝାରମୁଣ୍ଡାଠାରୁ ବୌଦ୍ଧ ପର୍ଯ୍ୟନ୍ତ ୧୬.୨୭ କିମି ରେଳପଥ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ବୌଦ୍ଧଠାରୁ ପୁରୁଣାକଟକ ମଧ୍ୟରେ ପାଖାପାଖି ୨୭ କିମି ଦୈର୍ଘ୍ୟ ରେଳପଥ ନିର୍ମାଣ କାର୍ଯ୍ୟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଏଭଳି ବୃହତ ରେଳ ପ୍ରକଳ୍ପ କାର୍ଯ୍ୟ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁର, ଉପଯୋଗିତା ସ୍ଥାନାନ୍ତର, ଆଇନଗତ ମଞ୍ଜୁରୀ, ଏହି ଅଞ୍ଚଳର ଭୌଗୋଳିକ ଓ ଟପୋଗ୍ରାଫିକ୍ ସହ ବିଭିନ୍ନ ବାଧାବିଘ୍ନ ସତ୍ତ୍ବେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ୍‌ ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଦୂରତା ଯଥେଷ୍ଟ ହ୍ରାସ ପାଇବ। ଏହି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶର ପ୍ରମୁଖ ମାଧ୍ୟମ ସାଜିବ। ଓଡ଼ିଶାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଠିକ ସମୟରେ ସମାପ୍ତ କରିବାକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱାରୋପ ଦେଉଛି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟଗୁଡ଼ିକ ସହ ସମନ୍ୱୟ ରଖି ବାଧା ଉପୁଜୁଥିବା ବିଷୟବସ୍ତୁକୁ ସମାଧାନ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅଧିକାରୀମାନଙ୍କୁ ଉପଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe