ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍, ଭୁବନେଶ୍ୱର ପ୍ରବେଶ ଉପରେ କଟକଣା

ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍, ଭୁବନେଶ୍ୱର ପ୍ରବେଶ ଉପରେ କଟକଣା

ବ୍ରହ୍ମପୁର: ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ବି ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି ଏଭଳି ନିର୍ଦେଶ ଦଆଯାଇଛି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସଟ୍ ଡାଉନ୍ ଥିବା ବେଳେ ଘରଘର ବୁଲି ଲୋକଙ୍କର ସ୍କ୍ରିନିଂ କରାଯାଉଛି।

ଏଣେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ନିର୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ମେଡିକାଲରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ସାଧାରଣ ରୋଗୀଙ୍କୁ ରୁଟିନ୍ ଓପିଡି ଯିବାକୁ ବାରଣ କରାଯାଇଛି। ଏଥିଲାଗି ରୋଗୀମାନଙ୍କୁ ଟେଲି ମେଡିସିନ୍ ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏଥପାଇଁ ୪୦ଜଣିଆ ଡାକ୍ତରଙ୍କର ଏକ ତାଲିକା ଓ ସେମାନଙ୍କର ମୋବାଇଲ୍ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ରୋଗୀମାନେ ଡାକ୍ତରଙ୍କ ଠାରୁ ହ୍ବାଟସଅପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ଗ୍ରହଣ କରିପାରିବେ।

publive-image image source -new indian express

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ୨୬୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୧୦୯ ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ୨୪ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବା ହେତୁ ଏଠାରେ ସ୍ଥିତି ଚିନ୍ତାଜନକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe