ବଢ଼ିଲା ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ: ୩ ଦିନ ଭିତରେ ପକ୍ଷ ରଖିବାକୁ ନିର୍ଦ୍ଦେଶ, ଖିଲାପ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

Advertisment

ପାର୍ଟପ୍ଲଟ୍‌ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ ଭାବରେ କିଣାବିକା ଅନୁମତି ଦେଇଥିବାରୁ ପୂର୍ବରୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କହିଥିଲେ।

ପାର୍ଟପ୍ଲଟ୍‌ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ ଭାବରେ କିଣାବିକା ଅନୁମତି ଦେଇଥିବାରୁ ପୂର୍ବରୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କହିଥିଲେ।

dccdcx

Photograph: ( Justdial)

ଭୁବନେଶ୍ବର: ପାର୍ଟପ୍ଲଟ୍‌ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ ଭାବରେ କିଣାବିକା ଅନୁମତି ଦେଇଥିବାରୁ ପୂର୍ବରୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କହିଥିଲେ। ହେଲେ ସେ ଉତ୍ତର ନ ଦେବାରୁ ଆଇଜିଆର ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ତିନିଦିନ ଭିତରେ ବା ଗୁରୁବାର ସୁଦ୍ଧା ଉପଯୁକ୍ତ କାରଣ ଦର୍ଶାଇବା ସହ ନିଜ ପକ୍ଷ ନ ରଖିଲେ ତାଙ୍କ ବିରୋଧରେ ସ୍ବତଃପ୍ରବୃତ୍ତ ଭାବରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସ୍ପଷ୍ଟ କରିଛନ୍ତି। ତେବେ କେବଳ ଏହି ପାର୍ଟ ପ୍ଲଟ ପଞ୍ଜୀକରଣ ନୁହେଁ, ବରଂ ହାଇକୋର୍ଟଙ୍କ ଆଦେଶ ଅବମାମନା ନେଇ ମଧ୍ୟ ଅଭିଯୋଗ ରହିଛି। ଓଡିଏ ଆଇନକୁ ବେଖାତିର କରି ଏକାଧିକ ବେଆଇନ କାମ କରିଥିବା ନେଇ ହାଇକୋର୍ଟରେ ଅଭିଯୋଗ ହୋଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଏହି ସବୁ କାମ କରିବାକୁ ଆଦେଶ ହୋଇଥିଲା। ହେଲେ ସେ ହାଇକୋର୍ଟଙ୍କ ଆଦେଶ ମାନି ନଥିଲେ। ଦୁଇବର୍ଷ ତଳୁ ଏହି ଆଦେଶ ହୋଇଛି। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଏହି ଉଭୟ ଅବମାନନା ପାଇଁ ତାଙ୍କୁ ଆଇଜିଆର୍ ନୋଟିସ ଜାରି କରିଛନ୍ତି। 

ବଡ଼କଥା ହେଉଛି, କଟକଣା ଲାଗିଥିବା ବେଳେ ଏଡିଏମ୍‌ ଯେଉଁ ଦୁଇମାସର ତଥ୍ୟ ତଲବ କରିଥିଲେ ସେହି ଅବଧିରେ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାର ୫୫ଟି ପ୍ଲଟ୍‌ର ବେଆଇନ ପଞ୍ଜୀକରଣ କରିଛନ୍ତି। ଏହି କାରବାରର ପ୍ଲଟ୍‌ର ସମ୍ପୂର୍ଣ୍ଣ ବିବରଣୀ ଏହି କାରଣ ଦର୍ଶାଅ ନୋଟିସ୍‌ରେ ଯୋଗ କରାଯାଇଛି। ନିକଟ ଅତୀତରେ ଏହି ତଥ୍ୟ ଆଧା‌ରରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଅନ୍ୟପଟେ ବାରଙ୍ଗ ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିବଢ଼ି ଚାଲିଛି। ବାରଙ୍ଗରେ ପ୍ଲଟ୍‌ ପଞ୍ଜୀକରଣରେ ବେଆଇନ କାରବାର ହୋଇଥିବା ନେଇ ଅଭିଯୋଗ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରେ ରାଜସ୍ବ ପର୍ଷଦ ରିପୋର୍ଟ ତଲବ କରିଥିଲେ। ୬ ମାସ ବିତିଥିଲେ ମଧ୍ୟ ସେ ନିଜ ପକ୍ଷ ରଖିନାହାନ୍ତି। ସେହିଭଳି ଅନୁଗୁଳର ପୂର୍ବତନ ସବ୍‌ରେଜିଷ୍ଟ୍ରାର ଦୋଳୋେଗାବିନ୍ଦ ସାହୁଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ରହିଛି। ପଞ୍ଜୀକରଣ ଆଇନ ଉଲ୍ଲଂଘନ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ତାଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର ଅନୁଗୁଳ ଏଡିଏମ୍‌ଙ୍କୁ ଚିଠି ଲେଖିଛନ୍ତି। ସେହିଭଳି ବ୍ରହ୍ମପୁର-୧ ସବ୍‌ରେଜିଷ୍ଟ୍ରାର କବିରାଜ ଆର୍ଯ୍ୟ ମଧ୍ୟ ଆଇନ ଉଲ୍ଲଂଘନ କରିଛନ୍ତି। ଏ ନେଇ ତାଙ୍କ ଠାରୁ କାରଣ ତଲବ କରାଯାଇଥିଲା। ତାଙ୍କର ଉତ୍ତର ସନ୍ତୋଷଜନକ ନ ହେବାରୁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର ଗଞ୍ଜାମ ଏଡିଏମ୍‌ଙ୍କୁ ଚିଠି ଲେଖିଛନ୍ତି। 

ସୂଚନାଯୋଗ୍ୟ, ୨୦୨୨ ମସିହାରୁ ପାର୍ଟପ୍ଲଟ୍ ପଞ୍ଜୀକରଣ ଉପରେ କଟକଣା ଲାଗିଥିଲା। ଗତ ଡିସେମ୍ବରରେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଏହି ବେଆଇନ କାରବାର କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହାକୁ ନେଇ ତନାଘନା ହୋଇଥିଲା। ନୂଆ ସରକାର ଏହାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। କଟକଣା ବେଳେ କେଉଁ ଅଫିସ୍‌ରେ କେତେ ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ ହୋଇଛି ସେ ନେଇ ରିପୋର୍ଟ ତଲବ କରିଥିଲେ। ଏହି ତାଲିକାର ଶୀର୍ଷରେ ରହିଥିବା ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏହା ପରେ ଖୋର୍ଦ୍ଧା ପାଳି ପଡ଼ିଛି। କଟକଣା ଲାଗିବା ଦିନଠୁ ଆଜି ପର୍ଯ୍ୟନ୍ତ ୧୩୦୦ ପଞ୍ଜୀକରଣ ହୋଇଥିବା ବେଳେ ଗତ ଦୁଇମାମସରେ ୫୫ ପ୍ଲଟ୍‌ ପଞ୍ଜୀକରଣ ହୋଇଛି। ଯଦି ଅତିକମ୍‌ରେ ଗୋଟିଏ ପଞ୍ଜୀକରଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନିଆଯାଉଥାଏ ତେବେ ଏହି କାରବାରରେ ୧୧ ଲକ୍ଷ ଟଙ୍କା ହାତଗୁଞ୍ଜା କାରବାର ହୋଇଥିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe