ଲକ୍ଷେ ଟଙ୍କା ‌ଯୌତୁକ ପାଇଁ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ

Advertisment
ଲକ୍ଷେ ଟଙ୍କା ‌ଯୌତୁକ ପାଇଁ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ

Free Press Journal

ସମ୍ବଲପୁର: ଲକ୍ଷେଟଙ୍କା ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଜଣେ ମହିଳାଙ୍କୁ ତାଙ୍କ ଘରୁ ତଡ଼ି ଦେଇଛନ୍ତି। ଶେଷରେ ମହିଳା ଜଣକ ତାଙ୍କ କୁନି ଝିଅକୁ ଧରି ଏବେ ବାପ ଘରେ ରହୁଛନ୍ତି। ତେବେ ନିର୍ଯାତନା ଦେଇ ଛାଡ଼ି ଦେଇଥିବା ନେଇ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ଧନୁପାଲି ଅଞ୍ଚଳର ମାନସୀ ବେହେରା ୨୦୧୫ ମସିହାରେ ଠେଲକୋଲୋଇ ଥାନା ଲପଙ୍ଗା ଅଞ୍ଚଳର ପ୍ରମୋଦ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛି।

କିନ୍ତୁ ୧ ଲକ୍ଷ ଟଙ୍କା ଯୌତୁକ ପାଇଁ ପ୍ରମୋଦ ଓ ଶ୍ବଶୁରଘର ଲୋକେ ତାଙ୍କୁ ମାଡ଼ ମାରିବା ସହ ସବୁବେଳେ ନିର୍ଯାତନା ଦେଇଆସୁଥିଲେ। ଶେଷରେ ଯୌତୁକ ଆଣିଲେ ଘରକୁ ଆସିବୁ କହି ତାଙ୍କୁ ଘରୁ ମଧ୍ୟ ବାହାର କରିଦେଲେ। ମାନସୀ ଏବେ ତାଙ୍କ ଝିଅ ସହ ବାପଘରେ ରହୁଛନ୍ତି। ଅନ୍ୟପଟେ ତାଙ୍କୁ ନିର୍ଯାତନା ଦେଇ ଛାଡ଼ିଦେବା ପରେ ଭରଣପୋଷଣ ବି ବୁଝନଥିବା ନେଇ ଶନିବାର ସେ ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe