୭ ବର୍ଷର ବାଳକକୁ ଦୁର୍ବୃତ୍ତଙ୍କ ଅପହରଣ: ନାଁ ଧରି ଡାକିଲେ, ବାପାଙ୍କ ଫ୍ୟାକ୍ଟ୍ରି ଦେଖାଇବାକୁ କହି ଉଠାଇନେଲେ

Advertisment

୪ଟି ଟିମ୍ ଗଠନ କଲା ପୁଲିସ

୪ଟି ଟିମ୍ ଗଠନ କଲା ପୁଲିସ

ପାକିସ୍ତାନରେ ବଢୁଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର : ନିଜ ପିଲାମାନଙ୍କ ସହ ବଜାରକୁ ଯାଇଥିବା ଦୁଇ ହିନ୍ଦୁ ମହିଳାଙ୍କୁ ଅପହରଣ

YouTube

କାଶୀନଗର: ସାରାରାଜ୍ୟରେ ଏବେ ଶିଶୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗତକାଲି ଗଜପତି ଜିଲ୍ଲା କାଶୀନଗର ସହରର ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ୍‌ ନିକଟସ୍ଥ ମର୍ନିଙ୍ଗ ସାହିର ୭ ବର୍ଷ ବାଳକକୁ ଦୁଇ ଜଣ ଯୁବକ ଅପହରଣ କରିନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ପରିବ‌ାରବର୍ଗ କାଶୀନଗର ଥାନାରେ ଏତଲା ଦେବା ପରେ କେସ ନମ୍ବର ୧୨୨/୨୦ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି।

ଗାଈବା ନିକଟରେ ଥିବା ପରିଡ଼ା ଗ୍ରାମରୁ ଯାମି ଗୋପୀ ନାମକ ଜଣେ ବ୍ୟକ୍ତି ଆସି ଗତ କିଛିବର୍ଷ ହେଲା କାଶୀନଗରରେ କାଜୁ ବ୍ୟବସାୟ କରୁଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ୭ ବର୍ଷର ପୁଅ ହାର୍ଦ୍ଦିକ ନିଜ ୪ ଜଣ ସାଙ୍ଗଙ୍କ ସହିତ ସାହିରେ ଖେଳୁଥିଲା। ଏହି ସମୟରେ ହଠାତ୍‌ ଏକ ଧଳା ରଙ୍ଗର ଆପାଚି ବାଇକ୍‌ରେ ଦୁଇ ଜଣ ଯୁବକ ଆସି ହାର୍ଦ୍ଦିକକୁ ତା'ର ନାଁ ଧରି ଡାକିଥିଲେ। ଆଉ ତୋର ବାପା କାହାନ୍ତି, ବୋଲି ପଚାରିଥିଲେ। ବାପା କାଜୁ ଫ୍ୟାକ୍ଟ୍ରିରେ ଥିବା ହାର୍ଦ୍ଦିକ କହିବାରୁ ଯୁବକ ଦ୍ବୟ ତା’କୁ ଫ୍ୟାକ୍ଟ୍ରି ଦେଖାଇ ଦେବାକୁ କହିଥିଲେ। ଆଉ ହାର୍ଦ୍ଦିକକୁ ଡାକି ବାଇକ୍‌ରେ ବସାଇ ଅପହରଣ କରିନେଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ନିକଟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ।

ଅନ୍ୟପକ୍ଷରେ ପୁଲିସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଆଜି ଗଜପତି ଏସ୍‌.ପି ତପନ କୁମାର ପଟ୍ଟନାୟକ ଓ ଏସ୍‌ଡିପିଓ ରାମକୃଷ୍ଣ ପତି କାଶୀନଗର ଯାଇ ଅନୁସନ୍ଧାନ କରି ଫେରିଛନ୍ତି। ହାର୍ଦ୍ଦିକର ପତ୍ତା ଲଗାଇବା ପାଇଁ ୪ଟି ଟିମ୍‌ ଗଠନ କରାଯାଇଥିବା ‌ବେଳେ ୨ଟି ଟିମ୍‌ ଆନ୍ଧ୍ରପ୍ର‌ଦେଶ ଓ ଦୁଇଟି ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାନଭିନ୍‌ ଚଳାଇଛନ୍ତି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe