ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: କୋଇଲା ବୋଝେଇ ଟ୍ରକରୁ ମିଳିଲା ଶବ

Advertisment

ସନ୍ଦେହରେ ୪ ଥାନାରେ ଅଟକ

ସନ୍ଦେହରେ ୪ ଥାନାରେ ଅଟକ

ଅପହରଣ କରି ୪୦ ଲକ୍ଷ ଟଙ୍କା ମାଗିଲେ

TimesLIVE

ରାଉରକେଲା: ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେ​ଲେ ଦେବଗଡ଼ ଜିଲ୍ଲା ହାତୀଶାଳସାହିର ଶ୍ରୀନିବାସ ରାଓ (୨୮)। ସେ ରାଉରକେଲା ଗୋପବନ୍ଧୁପାଲୀର ଏକ ଘରଭଡ଼ା ନେଇ ରହୁଥିଲେ। ରାୟଗଡ଼ ପୁଲିସର ସୂଚନା ଆଧାରରେ ଆଜି ପ୍ଲାଣ୍ଟସାଇଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ପହଞ୍ଚି ଯୁବକଙ୍କ ଶବ ଜବତ କରି ରାଉରକେଲା ଆଣୁଛି। ହତ୍ୟା ଘଟଣାରେ ପୁଲିସ ୪ ଜଣକୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ତଦନ୍ତର ବାଧା ଦୃଷ୍ଟିରୁ ପୁଲିସ ହତ୍ୟା ଘଟଣା ସଂକ୍ରାନ୍ତରେ ଅଧିକ କିଛି କହିବାକୁ ମନା କରିଦେଇଛି। ହତ୍ୟାକାରୀ ଗିରଫ ପରେ ହତ୍ୟା ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ମୁତବାକ, ଦେବଗଡ଼ ହାତୀଶାଳସାହିର ଶ୍ରୀନିବାସ ରାୟଙ୍କ ଘର। ଗତ କିଛିବର୍ଷ ତଳେ ରାଉରକେଲା ସହରକୁ ଆସି ସେ ମଙ୍ଗଳଭବନର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ କପଡ଼ା ଦୋକାନରେ କାମ କରୁଥିଲେ। ପ୍ରଥମେ ସେକ୍ଟର-୨୧ସ୍ଥ ନୟାବଜାରେ ଏକ ଭଡ଼ାଘରେ ରହୁଥିଲେ। ପରେ ଗୋପବନ୍ଧୁପାଲୀ ଅଞ୍ଚଳରେ ଆସି ରହିଥିଲେ। ସେକ୍ଟର-୨୧ ନୟାବଜାର ରହୁଥିଲାବେଳେ ବନ୍ଧମୁଣ୍ଡା ରୋଡ ଫଟାପାଇପ୍‌ ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏ ସଂପର୍କକୁ ଯୁବତୀଙ୍କ ପରିବାର ଲୋକ କଡ଼ା ବିରୋଧ କରୁଥିଲେ। ତେବେ, ଏହାସହିତ ହତ୍ୟାକାଣ୍ଡର କି ସମ୍ପର୍କ ରହିଛି ପୁଲିସ୍‌ ତଦନ୍ତ ପରେ ତାହା ସ୍ପଷ୍ଟହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe