ଟଙ୍କା କାରବାରକୁ ନେଇ ଯୁବକଙ୍କୁ ଅପହରଣ ମାମଲା: କନେଷ୍ଟବଳ ସସପେଣ୍ଡ, ଡ୍ରାଇଭର ବହିଷ୍କୃତ

ବର୍ଦ୍ଦିରେ ଅପରାଧୀ! ୮ ବର୍ଷରେ ୪୦୬ ମାମଲା, ଜଣେ ବି ହୋଇ ନାହାନ୍ତି ‌ଦୋଷୀ

dacoromania.org

ରାୟଗଡ଼ା: ଟଙ୍କା କାରବାରକୁ ନେଇ କାଶୀପୁର ବ୍ଲକ୍ ଅଣ୍ଡିରାକଞ୍ଚ ଥାନା ଝିରିଗାଁର ପର୍ଶୁରାମ ଝୋଡ଼ିଆ ଅପହରଣ ମାମଲାରେ ସଂପୃକ୍ତ କନେଷ୍ଟବଳ ରାମ ପ୍ରସାଦ ନାୟକଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ କନେଷ୍ଟବଳ ନାୟକଙ୍କୁ ସସପେଣ୍ଡ କରିବା ସହିତ ଦୋରାଗୁଡ଼ା ଥାନାରେ ବେସରକାରୀ ଭାବେ କାର୍ଯ୍ୟରତ ଡ୍ରାଇଭର ମହେଶ ନାୟକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। ସସପେଣ୍ଡ ପରେ କନେଷ୍ଟବଳ ନାୟକଙ୍କୁ ଜିଲ୍ଲା ପୁଲିସ୍ ରିଜର୍ଭ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦେଶ ହୋଇଛି।

ଟଙ୍କା ଦେଣନେଣ ମାମଲାକୁ ନେଇ ଘଟିଥିବା ଏହି ଘଟଣାରେ ଦୋରାଗୁଡା ଥାନା କନେଷ୍ଟବଳ ରାମ ପ୍ରସାଦ ନାୟକ, ବେସରକାରୀ ଡ୍ରାଇଭର ମହେଶ ନାୟକଙ୍କ ସମେତ ୯ ଜଣଙ୍କ ସଂପୃକ୍ତି ଥିବା ପୁଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି। ଅଣ୍ଡିରାକଞ୍ଚ ଥାନା ଅଧିକାରୀ ତପନ ମହାଲିଙ୍କ ତତ୍ତ୍ବାବଧାନରେ ଏସ୍ଆ‌ଇ ସୁକାନ୍ତ ଦଳେଇ ମାମଲାର ତଦନ୍ତ କରୁଥିବା ବେଳେ କନଷ୍ଟେବଳ, ଡ୍ରାଇଭରଙ୍କ ସମେତ ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି। ଫେରାର ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍ ଚଢ଼ଉ ଜାରି ରହିଛି।

ମାର୍ଚ୍ଚ ୧୯ ତାରିଖରେ ଝିରିଗାଁର ଯୁବକ ପର୍ଶୁରାମକୁ ଦୋରାଗୁଡା ଥାନା କନେଷ୍ଟବଳ ରାମ ପ୍ରସାଦ ନାୟକ, ବେସରକାରୀ ଡ୍ରାଇଭର ମହେଶ ନାୟକ, କଳାହାଣ୍ଡି ଜିଲ୍ଲା ଛତବନଦୁଗୁଡା ଗାଁର ଶଙ୍କର ନାୟକ, କାଶୀପୁର ଡାଙ୍ଗଶେଷଖାଲର କବିସ ମାଝି, ମନୋଜ କୁମାର ନାୟକଙ୍କ ସମେତ ଅନ୍ୟ ୪ ଜଣ ଅପହରଣ କରି ନେଇଥିଲେ। ଏପ୍ରିଲ୍ ୧ ତାରିଖରେ ପର୍ଶୁରାମଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ପର୍ଦାଫାଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe