ଆଠଗଡ଼ : ଯୁବତୀଙ୍କୁ ନିଶା ଦେଇ ଅପହରଣ, ବନ୍ଦ ଘରେ ୫ ଦିନ ଧରି ଦୁଷ୍କର୍ମ

Advertisment
ଲକ୍‌ଡାଉନ୍‌ରେ ନାବାଳିକା ଗଣଦୁଷ୍କର୍ମ ଘଟଣା : ଚିହ୍ନଟ ହୋଇପାରିଲେନି ଅଭିଯୁକ୍ତ ପୁଲିସ

image source-- the week

ଆଠଗଡ଼ : ଯୁବତୀଙ୍କୁ ଅପହରଣ କରି ୫ ଦିନ ଧରି ବନ୍ଦ ଘରେ ରଖି ଦୁଷ୍କର୍ମ କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ ଅଞ୍ଚଳରେ। ଆଠଗଡ଼ ଏନ୍‌ଏସି ଅନ୍ତର୍ଗତ କନ୍ତୋଲ ୧୭ ନମ୍ବର ୱାର୍ଡର ଏହି ଯୁବତୀଙ୍କୁ ଆଠଗଡ଼ ଥାନା ପୁଲିସ୍‌ ଚୌଦ୍ବାରରୁ ଉଦ୍ଧାର କରିଛି। ଚୌଦ୍ବାର ଆଗ୍ରାହାଟ ଅଞ୍ଚଳରେ ଯୁବତୀଙ୍କୁ ଏକ ବନ୍ଦ ଘରେ ରଖି ଏଭଳି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପୁଲିସ ଜେରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୮ ତାରିଖ ରାତିରୁ ଯୁବତୀଜଣକ ନିଖୋଜ ହୋଇଯାଇଥିବା ସଂପର୍କରେ ତାଙ୍କ ମା' ଆଠଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଯୁବତୀଜଣକ ଚୌଦ୍ବାର ଆଗ୍ରାହାଟ ଅଞ୍ଚଳରେ ଥିବା ସଂପର୍କରେ ସୂଚନା ପାଇଥିଲା। ଚୌଦ୍ବାର ପୁଲିସ୍‌ ସହଯୋଗରେ ଆଠଗଡ଼ ଥାନା ପୁଲିସ୍‌ ଆଗ୍ରାହାଟ ଅଞ୍ଚଳରେ ଚଢ଼ାଉ କରି ଯୁବତୀଙ୍କୁ ଏକ ବନ୍ଦ ଘର ଭିତରୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଯୁବକ ମଧ୍ୟ‌ ସେଠାରେ ଧରା ପଡ଼ିଯାଇଥିଲା। ଏ ସମ୍ପର୍କରେ ଯୁବତୀଜଣକ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୧୮ ତାରିଖ ମଧ୍ୟରାତ୍ରିରେ ୨୯ବର୍ଷ ବୟସ୍କା ଏହି ଅବିବାହିତା ଯୁବତୀଜଣକ ନିଦରୁ ଉଠି ପରିସ୍ରା କରିବାକୁ ଯାଉଥିବାବେଳେ କନ୍ତୋଲ ଗ୍ରାମର ସଞ୍ଜୟ ବାରିକ ତାଙ୍କ ମୁହଁରେ ଏକ କପଡ଼ା ଲଗାଇ ଅଚେତ କରି ଦେଇଥିଲା। ପରଦିନ ସକାଳେ ଯୁବତୀଜଣକ ଏକ ବନ୍ଦ କୋଠରୀରେ ଥିବା ଜାଣିବାକୁ ପାଇଥିଲେ। ସେହି କୋଠରୀରେ ତାଙ୍କ ସହ ଦୀର୍ଘ ୫ ଦିନ ଧରି ଯୁବକ ଜଣକ ଦୁଷ୍କର୍ମ କରିବା ସହିତ ବିବାହ କରିବାକୁ କହିଥିଲା। ହତ୍ୟା ଧମକ ବି ଦେଇଥିବା ପୀଡ଼ିତାଜଣକ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ଆଠଗଡ଼ ଥାନାର ସବ୍‌ଇନ୍ସପେକ୍ଟର ସର୍ବେଶ୍ବର ନାୟକ ଓ ସବ୍‌ଇନ୍ସପେକ୍ଟର ଶକୁନ୍ତଳା ଦାସଙ୍କ ନେତୃତ୍ବରେ ଆଠଗଡ଼ ଓ ଚୌଦ୍ବାର ପୁଲିସ କର୍ମଚାରୀମାନେ ଏହି ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe