ଜୟପୁର : ଅପହୃତଙ୍କୁ ଉଦ୍ଧାର କଲା ପୁଲିସ, ୩ ଗିରଫ, ଜଣେ ଫେରାର

Advertisment
ଜୟପୁର : ଅପହୃତଙ୍କୁ ଉଦ୍ଧାର କଲା ପୁଲିସ, ୩ ଗିରଫ, ଜଣେ ଫେରାର

ଜୟପୁର : ଅପହରଣ ଓ ୫ ଲକ୍ଷ ଟଙ୍କା ଦାବି ଘଟଣାର ଜୟପୁର ସଦର ପୁଲିସ ଆଜି ପର୍ଦ୍ଧାଫାସ କରିଛି। ଏନେଇ ପୁଲିସ ନିକଟରେ ଅଭିଯୋଗ ଆସିବା ପରେ ଆଜି ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଜଣେ ଫେରାର ରହିଥିବା ପୁଲିସ କହିଛି। ତେବେ ଟଙ୍କା ଓ ଅପହରଣ ମହଙ୍ଗା ପଡିଛି ଜୟପୁରର ତିନି ଯୁବକଙ୍କୁ। ସେମାନେ ହେଲେ ପିଆରପେଟା ଅଞ୍ଚଳର ଏମଡି ସବୀର(୩୩), ଗଙ୍ଗାନଗର ଏସକେ. ସୟଦ(୩୦) ଓ ଜୟନଗର ଗାଦବାଗୁଡା ଗାଁର ନାରାୟଣ ହରିଜନ(୨୧)। ଏହାସହ ଉତ୍ତରପ୍ରଦେଶ ବାଲିଆ ଜିଲ୍ଲା ବଡସେରେଇ ଜାଗିର ଗାଁର ରାଜୁ ଯାଦବ ପୂର୍ବରୁ ଖସି ଆସିଥିବାବେଳେ ମୋହନିକା ମଠିଆ ଗାଁର ନେମୁ ନାରାୟଣ ଯାଦବ(୩୨)ଙ୍କୁ ଆଜି ପୁଲିସ ଉଦ୍ଧାର କରିଛି। ଏନେଇ ପୁଲିସ ୧୧୪/୨୦ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ତଦନ୍ତକାରୀ ଅଫିସର ମୁକୁନ୍ଦ ଦେବ ନାୟକ। ତେବେ ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଟ୍ରାକରେ ରଖାଯାଇଛି। ଖୁବଶୀଘ୍ର ସେ ମଧ୍ୟ ପୁଲିସ ଜାଲରେ ପଡିବେ ବୋଲି ସେ କହିଛନ୍ତି।

publive-image

ମିଳିଥିବା ସୂଚନା ମୁତାବକ ୨୭ ତାରିଖ ଦିନ ରାଇପୁରରୁ ଜିନିଷପତ୍ର ନେଇ ଟ୍ରକ ନମ୍ବର (ୟୁପି ୬୦ ପି ୨୫୦୮)ଜୟପୁରକୁ ଆସିଥିଲେ ନେମୁ ଓ ରାଜୁ। ସେମାନେ ପରଦିନ ଜୟପୁରରୁ ରାତିରେ ଆରକୁ ରୁଟରେ ବିଶାଖାପାଟଣାକୁ ଯିବାର ଥିଲା। ସେମାନେ ଯାଉଥିବାବେଳେ ଟାଙ୍କୁଆ ନିକଟରେ ଏହି ଚାରିଜଣ ଯୁବକ ଏକ କାରରେ ଅଟକି ଥିଲେ। ସେମାନେ ଦୁଇ ଡ୍ରାଇଭରଙ୍କୁ ତଳକୁ ଓହ୍ଲାଇ ମାଡ ମାରିବା ସହ ଅପହରଣ କରି ଗାନ୍ଧିଛକ ନିକଟ ଏକ ଟ୍ରାକ୍ଟର ଗ୍ୟାରେଜରେ ରଖିଥିଲେ। ସେଠାରେ ଦୁଇଦିନ ମାଡ ମାରିବା ସହ ‘ଗଞ୍ଜେଇ ଚୋରା ଚାଲାଣ କରୁଛ। ୫ ଲକ୍ଷ ଦିଅ ନହେଲେ ଛାଡିବୁ ନାହିଁ।’ ୧୨ ଚକିଆକୁ ନେଇ ତିନିଦିନ ରଖିବା ସହ ଦୁଇଜଣଙ୍କୁ ଅପହରଣ କରିଥିଲେ। ସେଠାରୁ କୌଣସି ମତେ ରାଜୁ ଖସି ଆସି ପୁଲିସକୁ କହିଥିଲା। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ନେମୁଙ୍କୁ ଉଦ୍ଧାର କରିବା ସହ ତିନିଜଣଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ଅନ୍ୟଜଣେ ଯୁବକ କାର ଧରି ପାର ହୋଇଯାଇଥିବା ଜଣାପଡିଛି। ଅଭିଯୋଗ ପାଇବା ମାତ୍ର କେଇ ଘଣ୍ଟା ମଧ୍ୟରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଥିବା ପୁଲିସ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe