ଅପହୃତ ନାବାଳିକା ସମ୍ବଲପୁରରୁ ଉଦ୍ଧାର

ଯୌନ ନିର୍ଯାତନା ଦେଉଥିଲା ମା’ର ପୁରୁଷ ବନ୍ଧୁ!

୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

Facebook

ସମ୍ବଲପୁର/ଝାରସୁଗୁଡ଼ା : ଗତ ସୋମବାର ବେଲପାହାଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ସହ ଦୁଇ ଭଉଣୀ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ସେପଟେ, ଦିନକ ତଳେ ନାବାଳିକା ଜଣକ ଏକ ନାଟକୀୟ ମୋଡ଼ରେ ସମ୍ବଲପୁର ରେଳ ଷ୍ଟେସନ ପରିସରରୁ ଉଦ୍ଧାର ହୋଇଥିଲେ। ନାବାଳିକା ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାରୁ ଇସାରାରେ କହିଥିଲେ।

ଉକ୍ତ ବ୍ୟକ୍ତି ଠାରୁ ସୂଚନା ପାଇବା ପରେ ଆର୍‌ପିଏଫ୍‌ ଦୁଇ ଭଉଣୀ, ସେମାନଙ୍କ ମା’ ଓ ମା’ଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ନାବାଳିକାଙ୍କୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିବା ପରେ ଗୁରୁବାର ସିଡବ୍ଲ୍ୟୁସିରେ ତାଙ୍କୁ ହାଜର କରାଯାଇଥିଲା। ପଚରାଉଚରା ବେଳେ ନାବାଳିକାଙ୍କୁ ତାଙ୍କ ମା’ଙ୍କ ପୁରୁଷ ବନ୍ଧୁ ଯୌନ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଆର୍‌ପିଏଫ୍ ଉକ୍ତ ନାବାଳିକାଙ୍କ ମା’, ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି। ଆଜି ରାତିରେ ସେମାନଙ୍କୁ ବେଲପାହାଡ଼ ପୁଲିସ୍‌କୁ ହସ୍ତାନ୍ତର କରାଯିବ ବୋଲି ସମ୍ବଲପୁର ଆର୍‌ପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ନାବାଳିକାଙ୍କୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି। ଆର୍‌ପିଏଫ୍‌ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବା ପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବେଲପାହାଡ଼ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର କହିଛନ୍ତି।

ସମ୍ବଲପୁର ଆର୍‌ପିଏଫ୍‌ ଓ ଚାଇଲ୍ଡ ଲାଇନ୍‌ର ସୂଚନା ଅନୁସାରେ, ନାବାଳିକାଙ୍କ ମା’ ଚେନ୍ନାଇର ଶ୍ରୀପୁରାରେ ଏକ କମ୍ପାନିରେ କାମ କରନ୍ତି। ସେଠାରେ କାମ କରୁଥିବା ସମୟରେ ଏକ କାର୍ କମ୍ପାନିରେ କାମ କରୁଥିବା ଜଣେ ବିବାହିତ ଯୁବକ (୩୨)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେତେବେଳେ ନାବାଳିକା ଓ ତାଙ୍କ ବଡ଼ ଭଉଣୀ ବି ମା’ ପାଖରେ ରହୁଥିଲେ। ସେ ସମୟରେ ବିବାହିତ ଯୁବକ ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ଜାଣିବା ପରେ ତାଙ୍କ ବାପା ଯାଇ ଉଭୟ ଝିଅଙ୍କୁ ବେଲପାହାଡ଼ ନେଇ ଆସିଥିଲେ। କିନ୍ତୁ ଗତ ସୋମବାର ମହିଳା ଜଣକ ଜବରଦସ୍ତ ଉଭୟ ଝିଅଙ୍କୁ ନେଇ ଉକ୍ତ ଯୁବକ ସହ ଚେନ୍ନାଇ ବାହାରିଥିଲେ। କୌଣସି କାରଣରୁ ସେମାନେ ସମ୍ବଲପୁର ରେଳ ଷ୍ଟେସନ ପରିସରରେ ଅପେକ୍ଷା କରିଥିଲେ। ଏହି ସମୟରେ ନାବାଳିକା ଝିଅଟି ତାଙ୍କୁ ଉଦ୍ଧାର କରିବା ପାଇଁ ଏକ କାଗଜରେ କିଛି ଲେଖି ଆଖପାଖର ଲୋକଙ୍କୁ ଦେଇଥିଲେ। ଏନେଇ ସୂଚନା ପାଇବା ପରେ ଆର୍‌ପିଏଫ୍ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଆଜି ତାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ତାଙ୍କ ମା’ଙ୍କ ପୁରୁଷ ବନ୍ଧୁ ଯୌନ ନିର୍ଯାତନା ଦେଉଥିବାରୁ ସେ ଚେନ୍ନାଇ ଯିବାକୁ ଇଚ୍ଛୁକ ନୁହନ୍ତି ବୋଲି ଉତ୍ତର ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe