ଚିଟ୍‌ଫଣ୍ତ ପଇସା ଫେରସ୍ତ ନ କରିବାରୁ ନାବାଳକକୁ ଅପହରଣ

Advertisment
ପାକିସ୍ତାନରେ ବଢୁଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର : ନିଜ ପିଲାମାନଙ୍କ ସହ ବଜାରକୁ ଯାଇଥିବା ଦୁଇ ହିନ୍ଦୁ ମହିଳାଙ୍କୁ ଅପହରଣ

YouTube

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ଗ୍ରାମର ଲକ୍ଷ୍ମୀପୁର ସାହିରେ ଚିଟ୍‌ଫଣ୍ତ ପଇସା ନ ଫେରାଇବାରୁ ଜଣେ ନାବାଳକକୁ ଅପହରଣ କରାଯାଇଥିବା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଶିକ୍ଷକ କବିରାଜ ଦେହୁରୀ କିଛି ବର୍ଷ ପୂର୍ବରୁ ନିଜ ଗାଁ ଲୋକଙ୍କଠାରୁ ଟଙ୍କା ଆଦାୟ କରି ଅନମୋଲ ଚିଟଫଣ୍ତ ସଂସ୍ଥା ଏଜେଣ୍ଟ୍‌ଙ୍କ ପାଖକୁ ପଠାଉଥିଲେ। ତେବେ ଟଙ୍କା ଜମା କରିଥିବା ଲୋକମାନେ ତାଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ଫେରସ୍ତ ନ କରିବାରୁ ଗାଳି ଗୁଲଜ କରିବା ସହିତ ବିଭିନ୍ନ ସମୟରେ ଅପହରଣ ଧମକ ଚମକ ଦେଉଥିଲେ। ଟଙ୍କା ଦେଇଥିବା ସେହି ଗ୍ରାମର ଜଣେ ମହିଳା ଓ ତାଙ୍କ ପୁଅ ସହିତ ଅନ୍ୟ ଦୁଇ ଜଣ କବିରାଜଙ୍କ ପୁଅ (୧୩)କୁ ଅପହରଣ କରି ଗାଁ ମୁଣ୍ତରେ ଏକ ନିର୍ମାଣାଧୀନ ଘର ଭିତରେ ବାନ୍ଧି ରଖିଥିଲେ। ବହୁ ଖୋଜା ଖୋଜି ପରେ ପରିବାର ଲୋକ ପୁଅକୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ଏହା ପରେ କୁଣ୍ଢେଇଗୋଳା ଥାନାରେ ଏ ବାବାଦରେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଅଛି। ସେହିପରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ସୁରକ୍ଷା ଯୋଗାଇ ଦେବାକୁ ନାବାଳକଙ୍କ ପରିବାର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe