ମହିଳା ଡାକ କର୍ମଚାରୀଙ୍କୁ ଅପହରଣ ମାମଲା: ଅଭିଯୁକ୍ତକୁ ଜେଲ୍‌ ପଠାଇଲା ପୁଲିସ୍‌

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ହରଭଙ୍ଗା: ହରଭଙ୍ଗା ପୋଷ୍ଟ ଅଫିସରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଶନିବାର ପୁଲିସ୍‌ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଅପରପକ୍ଷେ ଅଭିଯୁକ୍ତଙ୍କ ଓକିଲ ଅଭିଯୁକ୍ତ ଓ ଅଭିଯୋଗକାରିଣୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ଏବଂ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ଥିବା ଦର୍ଶାଇ କେତେକ ଫଟୋ ପ୍ରମାଣ ଆକାରରେ କୋର୍ଟରେ ଦାଖଲ କରିଥିବାରୁ ମାମଲାର ସତ୍ୟତାକୁ ନେଇ ସାଧରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରକାଶ ଥାଉ କି ଗତ ଗୁରୁବାର ପୁରୁଣାକଟକ ଥାନା ଚାରିଛକର ଶିଶିର ବେହେରା ଏବଂ ତାଙ୍କ ମା’ ପୂର୍ବରୁ ପରିଚିତ ହରଭଙ୍ଗା ପୋଷ୍ଟ ଅଫିସରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଳରେ ବାହାରକୁ ଡାକିଥିଲେ। ସେ ଆସିବା ପରେ ମା’-ପୁଅ ତାଙ୍କୁ ବାଇକରେ ବସାଇ ସେଠାରୁ ଅପହରଣ କରି ନେଉଥିଲେ। ଏହି ସମୟରେ  ଯୁବତୀଙ୍କ ଚିତ୍କାର ଶୁଣି ହରଭଙ୍ଗା ଗ୍ରାମର କିଛି ଲୋକ ସେମାନଙ୍କୁ ଟିକିରାସାହି ନିକଟରେ ଅଟକାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଶିଶିର ଓ ତାଙ୍କ ମା’ଙ୍କୁ ହରଭଙ୍ଗା ପୁଲିସ ଜିମା ଦେଇଥିଲେ। ଯୁବତୀଙ୍କ ଏତଲା ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ଶିଶିରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe