ବୌଦ୍ଧ: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଳ୍ପନା ସ୍ବାଇଁ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ତାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସୂଚନା ଅନୁସାରେ, ହରଭଙ୍ଗା ଥାନା ମହୁମୁଣ୍ତିଆ ଗ୍ରାମର ସୁଜନ ବେହେରା (୨୬ବର୍ଷ) ଅଞ୍ଚଳର ଜଣେ ନାବାଳିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ୨୦୨୦ ମସିହାରେ ଅପହରଣ କରି ନେଇଥିଲେ।
ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ ୭୬/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜରିମାନା ଅନାଦେୟ ହେଲେ ଆଉ ଅଧିକ ୧ ବର୍ଷ କାରାଦଣ୍ତାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତାକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି।
Follow Us