କିଡ୍‌ନି ଚୋରି ମାମଲା : ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦେଶ

Advertisment

ଉପର କୋର୍ଟକୁ ଯିବୁ: ହସ୍ପିଟାଲ କର୍ତୃପକ୍ଷ

ଉପର କୋର୍ଟକୁ ଯିବୁ: ହସ୍ପିଟାଲ କର୍ତୃପକ୍ଷ

ଆପୋଲୋରେ ବିରଳ ଶଲ୍ୟ ଚିକିତ୍ସା

Justdial

ଭୁବନେଶ୍ବର : କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲର ଯୁକ୍ତିକୁ ଖାରଜ କରିଦେଇଛନ୍ତି ଜାତୀୟ ମାନବାଧିକାର କମିସନ। ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବା ସହିତ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କମିସନ ନିର୍ଦେଶ ଦେଇଛନ୍ତି। ଏହାସହ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

୨୦୧୩ ମସିହାରେ ବରଗଡ଼ ଜିଲ୍ଲାର ଅନିଲ କୁମାର ସ୍ବାମୀଙ୍କ କିଡ୍‌ନିକୁ ବେଆଇନ ଭାବେ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା। ଏହାକୁ ନେଇ ୨୦୧୬ ମସିହାରେ ଅନିଲ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। କମିସନ ଗତ ଅଗଷ୍ଟ ମାସରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ ସହିତ ପୀଡ଼ିତକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଏହାର ବିରୋଧରେ ହସ୍ପିଟାଲ କର୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କମିସନ ହସ୍ପିଟାଲ କର୍ତୃପକ୍ଷଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି।

ଅପରପକ୍ଷରେ ଆପୋଲୋ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ଯେ ଏହି ଘଟଣାରେ କମିସନ ଅନ୍ୟାୟ ଭାବେ ନିର୍ଦେଶ ଜାରି କରିଛନ୍ତି। କମିସନ ହସ୍ପିଟାଲକୁ ଶୁଣାଣି ପାଇଁ ସୁଯୋଗ ଦେଇ ନାହାନ୍ତି। ହା‌ଇକୋର୍ଟଙ୍କ ରହିତାଦେଶ ଓ ନିର୍ଦେଶକକୁ କମିସନ ବିଚାରକୁ ନେଇ ନାହାନ୍ତି। କମିସନଙ୍କ ଏହି ନିର୍ଦେଶ ବିରୋଧରେ ଆମେ ଉପର କୋର୍ଟକୁ ଯିବୁ। ଏହି ପ୍ରସଙ୍ଗରେ ହସ୍ପିଟାଲ ସମସ୍ତ ନିୟମକୁ ମାନି କାମ କରିଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe