Woman inmate runs away from SCB Medical Center after kicking jail guard
ଭୁବନେଶ୍ବର: କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଜ୍ୟର ଏକମାତ୍ର କିଡ୍ନି ପ୍ରତିରୋପଣ ବ୍ୟବସ୍ଥା ରହିଛି। ମାତ୍ର ଏଠାରେ ୪ବର୍ଷ ହେଲାଣି ପ୍ରଫେସର ନାହାନ୍ତି। ଜଣେ ସହକାରୀ ପ୍ରଫେସର ଓ ପିଜି ଛାତ୍ରଛାତ୍ରୀମାନେ କିଡ୍ନି ପ୍ରତିରୋପଣ କରଛନ୍ତି। ବର୍ଷକ ଭିତରେ ୧୨୫ଜଣ କିଡ୍ନି ରୋଗୀ ପ୍ରାଣ ହରାଇ ସାରିଲେଣି। ଅନେକ ଭିନ୍ନକ୍ଷମ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜଣେ ଅନିଭିଜ୍ଞ ସହକାରୀ ପ୍ରଫେସରଙ୍କ ଜରିଆରେ କିଡ୍ନି ପ୍ରତିରୋପଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶର ଅସଲ ଉଦ୍ଦେଶ୍ୟ କ’ଣ ବୋଲି କିଡ୍ନି ଟ୍ରାନ୍ସଫ୍ଲାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ସଂପାଦକ ଜୟଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି। ଶ୍ରୀମତୀ ବେହେରା କହିଛନ୍ତି ଯେ ଜାତୀୟ ମେଡିକାଲ ପରିଷଦର ଆଇନ ଅନୁସାରେ ଜଣେ ଅଭିଜ୍ଞ ପ୍ରଫେସର, ଜଣେ ସହକାରୀ ଓ ସହଯୋଗୀ ପ୍ରଫେସରଙ୍କ ଜରିଆରେ କିଡ୍ନି ପ୍ରତିରୋପଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଏସ୍ସିବିରେ ସମସ୍ତ ପ୍ରକାର ପରୀକ୍ଷା ପାଇଁ ନିରୀକ୍ଷକ ରହିଛନ୍ତି।
ମାତ୍ର କିଡ୍ନି ରୋଗୀଙ୍କୁ ବାହାରକୁ ପରୀକ୍ଷା ପାଇଁ ପଠାଯାଉଛି। ଏସ୍ସିବିରେ ୧୭୫ଜଣ କିଡ୍ନି ପ୍ରତିରୋପଣକାରୀଙ୍କ ମଧ୍ୟରୁ ୧୨୫ଜଣ ପ୍ରାଣ ହରାଇସାରିଲେଣି। ଯିଏ କିଡ୍ନି ଦେଲା ସିଏ ପ୍ରାଣ ହରାଇଲା ଓ ଯିଏ କିଡ୍ନି ପ୍ରତିରୋପଣ କଲା ସିଏ ମଧ୍ୟ ପ୍ରାଣ ହରାଉଛନ୍ତି। ତେଣୁ ଏଥିପାଇଁ ଏସ୍ସିବି କର୍ତ୍ତୃପକ୍ଷ ଦୋଷୀ ହେବେ ନାହିଁ କାହିଁକି ? ଏହି ଘଟଣାର ରହସ୍ୟ ଉନ୍ମୋଚନ ହେବାର ଆବଶ୍ୟକତା ରହିଛି। ପୂର୍ବ ଓ ବର୍ତ୍ତମାନର ରାଜ୍ୟ ସରକାରଙ୍କୁ ଏ ନେଇ ଗୁହାରି କରିବା ପରେ ମଧ୍ୟ କୌଣସି ସମସ୍ୟାର ସମାଧାନ ହେଉନାହିଁ। ତେଣୁ ଆଜି ରାଜଧାନୀ ରାଜରାସ୍ତାରେ କିଡ୍ନି ରୋଗୀ ଓ ସେମାନଙ୍କ ପରିବାର ସରକାରଙ୍କୁ ନ୍ୟାୟ ମାଗିଛନ୍ତି। ନ୍ୟାୟ ନ ଦେଲେ ସର୍ବସାଧାରଣରେ ଗୁଳି କରିବା ପାଇଁ ନିବେଦନ କରିଛନ୍ତି। ଏସ୍ସିବିରେ ଚାଲିଥିବା କିଡ୍ନି ରୢାକେଟ୍ର ପର୍ଦ୍ଦାଫାଶ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ପାଇଁ ଦାବି କରାଯାଇଛି।
Follow Us