Advertisment

FIVB World Beach Volleyball : ଭାରତରେ ପ୍ରଥମଥର: ‘କିଟ୍‌’ରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍

Advertisment

ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟଠାରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ହେବାକୁ ଯାଉଛି।ଏହି ପ୍ରତିଯୋଗିତା ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି।

ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟଠାରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ହେବାକୁ ଯାଉଛି।ଏହି ପ୍ରତିଯୋଗିତା ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି।

9255e737-aaf3-4665-a757-5edd47a21540

ଭୁବନେଶ୍ୱର: ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟଠାରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ହେବାକୁ ଯାଉଛି। ଏହି ପ୍ରତିଯୋଗିତା ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୫୨ ଦେଶରୁ ୮୨ ଦଳ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତାଙ୍କ ସମେତ ୩୦୬ ଖେଳାଳି ଓ ଅଫିସିଆଲ୍‍ ଯୋଗଦେବେ। ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି। ଦୂତି ଚାନ୍ଦ ଆଥ୍‌ଲେଟିକ୍‍ ଷ୍ଟାଡିୟମ୍‌ରେ ଏଥିପାଇଁ ସମସ୍ତ ପ୍ରସ୍ତୁତ ସରିଛି।

ଅଧିକପଢ଼ନ୍ତୁ:ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଖେଳାଳି ଓ ଅଫିସିଆଲ୍‍ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ରହିବା ଓ ଆତିଥ୍ୟ ଯେଭଳି ସୁବିଧାଜନକ ହୋଇପାରିବ ସେଥିପାଇଁ ଶ୍ରୀ ସାମନ୍ତ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ଗତ ଡିସେମ୍ବର ମାସରେ କିଟ୍‍ ଓ କିସ୍‍ ରେ ଅନୁଷ୍ଠିତ ଭଲିବଲ୍‍ ମହାକୁମ୍ଭରେ ଯୋଗଦେବା ଅବସରରେ ଏଫ୍‌ଆଇଭିବି ସଭାପତି ଫାବିଓ ଆଜେଭେଦୋ ଏ ବିଷୟରେ ଘୋଷଣା କରିଥିଲେ। କିଟ୍‍ ଓ କିସ୍‌ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶକୁ ଦୃଷ୍ଟିରେ ରଖି ୨୦୨୬, ୨୦୨୭ ଓ ୨୦୨୮ ଲଗାତାର ୩ ବର୍ଷ ଧରି କିଟ୍‍ ଓ କିସ୍‍ ସହଯୋଗରେ ଓଡ଼ିଶାରେ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ।

ଭାଗନେବେ ୫୨ ଦେଶର ୮୨ ଦଳ

ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି, ଆମେ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛୁ। ଭଲିବଲ୍‍ ଏକ ଗ୍ରାମାଞ୍ଚଳ ଓ ଅଲିମ୍ପିକ୍‍ କ୍ରୀଡ଼ା ହୋଇଥିବାରୁ ଏହାର ବିକାଶ ପାଇଁ ଗତ ୮ବର୍ଷ ଧରି କିଟ୍‍ ଓ କିସ୍‍ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ପାରମ୍ପରିକ ଭଲିବଲ୍‍ ସାଧାରଣତଃ ଗ୍ରାମାଞ୍ଚଳରେ ଖେଳାଯାଇଥାଏ। ମାତ୍ର ଏଥିରେ ଅଲିମ୍ପିକ୍‌ରେ ସୁଯୋଗ ପାଇବା କଷ୍ଟକର। କିନ୍ତୁ ବିଚ୍‍ ଭଲିବଲ୍‍ ଯେହେତୁ ୨ଜଣଙ୍କୁ ନେଇ ଖେଳାଯାଏ ଏବଂ ଓଡ଼ିଶାର ବ୍ୟାପକ ବେଳଭୂମି ରହିଛି, ଏହାକୁ ଦୃଷ୍ଟିରେ ରଖି ଆମେ ଏହି ଯୋଜନା କରିଛୁ। ଖୁବ୍‍ ଶୀଘ୍ର ଭାରତୀୟ ବିଚ୍‍ ଭଲିବଲ୍‍ ଦଳ ଅଲିମ୍ପିକ୍ସରେ ସୁଯୋଗ ପାଇବ ବୋଲି ଆମେ ଆଶା ରଖିଛୁ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହା ଫଳରେ ବିଶ୍ୱରେ ଓଡ଼ିଶାର ଭାଗମୂର୍ତ୍ତୀ ଆହୁରି ବୃଦ୍ଧିପାଇବା ସହ ରର୍ୟେରେ ପର୍ଯ୍ୟଟନର ପ୍ରଭୂତ ବିକାଶ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

ଅଧିକପଢ଼ନ୍ତୁ:ଗଞ୍ଜେଇ ମାଫିଆକୁ ଗିରଫ କରିପାରୁନି ପୁଲିସ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe