ରେଳ ଦୁର୍ଘଟଣା ମୃତକଙ୍କ ପରିବାରକୁ କିଟ୍‌, କିସ୍‌ର ସହାୟତା ଘୋଷଣା: ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା

Advertisment
ରେଳ ଦୁର୍ଘଟଣା ମୃତକଙ୍କ ପରିବାରକୁ କିଟ୍‌, କିସ୍‌ର ସହାୟତା ଘୋଷଣା: ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା

ଚନ୍ଦ୍ରଶେଖରପୁର : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂଚନା ଦିଆଯାଇଛି। ମୃତକଙ୍କ ପରିବାରକୁ କିଟ୍‌ ଓ କିସ୍‌ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଏବଂ ପିଲାଙ୍କୁ ମାଗଣାରେ ଉଭୟ ଅନୁଷ୍ଠାନରେ ପଢ଼ାଇବାକୁ ଘୋଷଣା କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଲେ ଯେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର ଦୁଃଖ ଲାଘବ କରିବା ଅସମ୍ଭବ। ସେସବୁ ପରିବାରର ଅପୂରଣୀୟ କ୍ଷତି ଭରଣା କରିବା ମଧ୍ୟ ଅସମ୍ଭବ। ତେବେ କିଟ୍‌ ଓ କିସ୍‌ ପକ୍ଷରୁ ସେହି ପରିବାରସବୁକୁ ଯତ୍‌କିଞ୍ଚିତ ସହଯୋଗ କରିବାକୁ ଚେଷ୍ଟା କରାଯାଉଛି। ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ କିଟ୍‍ ଓ କିସ୍‌ରେ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ, କିଟ୍‍ ଓ କିସ୍‌ରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଯେ କୌଣସି ଶ୍ରେଣୀରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ। ଏଥିପାଇଁ କିଟ୍‍ ପକ୍ଷରୁ ଆବେଦନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଏହି ଅବସରରେ ଶ୍ରୀ ସାମନ୍ତ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe